ଜିଲ୍ଲା

ଆଇଏଏସ୍‌ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର: ପ୍ରଶାସନିକସ୍ତରରେ ରାଜ୍ୟସରକାରଙ୍କ ପକ୍ଷରୁ ଛୋଟ ଧରଣର ଅଦଳବଦଳ କରାଯାଇଛି। ୧୯୮୭ ବ୍ୟାଚର ଆଇଏଏସ ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ ଅର୍ଥ ବିଭାଗର ନୂଆ ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ତୁହିନ ପାଣ୍ଡେ ଆଗରୁ କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିଲେ।
ସେହିପରି ୧୯୯୩ ବ୍ୟାଚର ଆଇଏଏସ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ସୂଚନା ଓ  ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।  ସୁରେନ୍ଦ୍ର କୁମାର ଏବେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ସଚିବ ଅଛନ୍ତି।  ୧୯୯୬ ବ୍ୟାଚର ଆଇଏଏସ ଅଧିକାରୀ  ବିିଶାଲ ଦେବଙ୍କୁ କ୍ରୀଡା ଓ ଯୁବବ୍ୟାପାର ବିଭାଗର ସଚିବ ରୂପେ ଅତିରିକ୍ତ  ଦାୟିତ୍ୱ ଦିଆଯାଇଛି। ବିଶାଲ ଦେବ ଏବେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ରୂପେ କାର୍ଯ୍ୟତୁଲାଉଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button