ରାଜନୀତି

ଉପବାସ ବ୍ରତ ପାଳନ କଲା କଙ୍ଗ୍ରେସ

ଆଜିର ଓଡିଶା (ତା୯|୪)-ଏଆଇସିସି ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ସୋମବାର ଉପବାସ ବ୍ରତ ପାଳନ କରାଯାଇଛି। କଂଗ୍ରେସର ବରିଷ୍ଠ ନେତାମାନେ ଏକତ୍ର ହୋଇ ଏକଦିବସୀୟ ଉପବାସ ବ୍ରତ ପାଳନ କରୁଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ କାହ୍ନୁଚରଣ ଲେଙ୍କାଙ୍କ ସମେତ କଂଗ୍ରେସର ଆଗଧାଡ଼ିର ବହୁ ନେତା ଏକାଠି ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ୨ ତାରିଖରେ ଏସ୍‌ସି ଓ ଏସ୍‌ଟି ସଂଗଠନଗୁଡିକ ପକ୍ଷରୁ ସାରା ଭାରତରେ ବନ୍ଦ ଡାକରା ଦିଆଯାଇଥିଲା। ତେବେ ବନ୍ଦ ପାଳନ ବେଳେ ବିଭିନ୍ନ ସ୍ଥାନରେ ହିଂସା ଦେଖା ଦେଇଥିଲା। ଏ ନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଭାଜପା ଶାସିତ ରାଜ୍ୟଗୁଡିକର ଚରମ ଅବହେଳା ଯୋଗୁ ଦେଶବ୍ୟାପୀ ବ୍ୟାପକ ହିଂସାକାଣ୍ଡ ଘଟି ଧନଜୀବନ ହାନି ହୋଇଥିଲା। ଏଥିପାଇଁ ଶାନ୍ତି ଓ ସଂହତି ପ୍ରତିଷ୍ଠା ଲାଗି କଂଗ୍ରେସ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିବା କୁହାଯାଉଛି। ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉପବାସ ବ୍ରତ ପାଳନ କରାଯାଉଥିବା ବେଳେ ରାଜ୍ୟର ସମସ୍ତ ସାଂଗଠନିକ ଜିଲାରେ ଜିଲା କଂଗ୍ରେସ ସଭାପତିମାନଙ୍କ ନେତୃତ୍ୱରେ ସାର୍ବଜନୀନ ସ୍ଥାନରେ ଏହା ପାଳନ ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button