ମନୋରଞ୍ଜନ

ଅର୍ଡ଼ର ଦେଲେ ଉଡ଼ି ଉଡ଼ି ଆସିବ ଚା’

ଆ.ଓ.ରି(ତା୨୬|୫)-ଅର୍ଡର ଦେଲେ ଉଡି ଉଡି ଆସି ପହଞ୍ଚିବ ଚା’ । ତାହା ବି ପୁଣି ଖୁବ୍‌ ଅଳ୍ପ ସମୟ ମଧ୍ୟରେ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାହିଁକି ନା ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ଅସମ୍ଭବ ବି ସମ୍ଭବ ହୋଇପାରୁଛି।

ଲକ୍ଷ୍ନୌର ଆଇଆଇଟି ଛାତ୍ର ମାନେ ନିର୍ମାଣ କରିଛନ୍ତି ଏଭଳି ଏକ ଡ୍ରୋନ୍‌ ଯାହା ଚା’ ଡେଲିଭରୀ କରୁଛି।

ଛାତ୍ରମାନେ ନିଜର ଏକ ଚା’ ଡେଲିଭରୀ ସଂସ୍ଥା ଖୋଲିଛନ୍ତି ଯାହାର ନାଁ ରଖିଛନ୍ତି ଟେକ୍ ଇଗଲ। ଆଉ ଗ୍ରାହକ ମାନଙ୍କୁ ଚା ଦେବା ପାଇଁ ୱେଟର ବଦଳରେ ରଖିଛନ୍ତି  ଅତ୍ୟାଧୁନିକ ଡ୍ରୋନ୍।

ଏହି ଡ୍ରୋନ ନିଜ ମଧ୍ୟରେ ଚା ପ୍ୟାକେଟକୁ ରଖି ୧୦ କିଲୋମିଟର ମଧ୍ୟରେ ଦେଇପାରିବ ଡେଲିଭରୀ।  ପାଖାପାଖି ୨ ଲିଟର ଚା ରହିପାରିବ ଏହି ଡ୍ରୋନ୍‌ ମଧ୍ୟରେ।

ଅର୍ଡର ଦେଇଥିବା ଗ୍ରାହକଙ୍କ ପାଖରେ ପହଞ୍ଚିବା ପାଇଁ ଡ୍ରୋନ୍‌ରେ ଲାଗିଛି ଜିପିଏସ୍‌ ଟ୍ରାକିଙ୍ଗ ଡିଭାଇସ୍। ଏହାଦ୍ୱାରା ଅତି କମ୍‌ ସମୟରେ ଡ୍ରୋନ୍‌ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଡେଲିଭରୀ ଦେଇ ଫେରି ପାରୁଥିବା କହିଛନ୍ତି ଏହାକୁ ନିର୍ମାଣ କରିଥିବା ଛାତ୍ରମାନେ।

Related Articles

Leave a Reply

Your email address will not be published. Required fields are marked *

Back to top button