ଜାତୀୟ

ଚାଷୀଙ୍କ ଖାତାକୁ ଦୁଇ ହଜାର ନୁହେଁ ସିଧାସଳଖ ଆସିବ ୪୦୦୦ ଟଙ୍କା

ଆଓରି-ଭୁବନେଶ୍ଵର(୧୪/୦୨) : ଏଥର ଚାଷୀଙ୍କ ଖାତାକୁ ଦୁଇ ହଜାର ନୁହେଁ ସିଧାସଳଖ ଚାରି ହଜାର ଟଙ୍କା ଆସିବ । ଏନେଇ କୃଷି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାରଙ୍କ କୃଷକଙ୍କ ପାଇଁ ଯେଉଁ ଯୋଜନା କରିଛନ୍ତି ସେହି ଅନୁସାରେ ପ୍ରତ୍ୟେକ କିସ୍ତିରେ ଚାଷୀଙ୍କୁ ଫସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ୨୦୦୦ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ନିର୍ବାଚନ ପୂର୍ବରୁ ଏକ କାଳୀନ ଦୁଇଟି କିସ୍ତିର ଟଙ୍କା ଚାଷୀଙ୍କ ଖାତାକୁ ଯିବ ବୋଲି  କୃଷି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ତରୀଣ ବଜେଟରେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ନାଁରେ ପ୍ରତ୍ୟେକ୍ଷ ଆୟ ସହାୟତା ଘୋଷଣା କରିଥିଲେ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ୧୨ କୋଟି ଚାଷୀଙ୍କୁ ପ୍ରତିବର୍ଷ ୬୦୦୦ କୋଟି ଟଙ୍କା ସହାୟତା ଦିଆଯିବ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିସ୍ତିରେ ଦିଆଯିବ।

ନିୟମ ଅନୁସାରେ ଦୁଇ ହେକ୍ଟର ଯାଏଁ ଚାଷ କରୁଥିବା ଚାଷୀଙ୍କୁ ଏହି ଯୋଜନାରୁ ଲାଭ ମିଳିବ । ଗୋୟଲ କହିଥିଲେ, ଏହି ଯୋଜନା ଚଳିତ ଆର୍ଥିକ ବର୍ଷରେ ଅର୍ଥାତ ୨୦୧୮ ଡିସେମ୍ବର ୧ରୁ ଆରମ୍ଭ କରାଯିବ ଏବଂ ୨୦୧୯ ମାର୍ଚ୍ଚ ଯାଏଁ ସହାୟତା ପ୍ରଥମେ ୨୦୦୦ ଟଙ୍କା କିସ୍ତି ଭାବରେ ଦିଆଯିବ । ଅଧିକାରୀ କହିଛନ୍ତି, ରାଜ୍ୟ ସରକାର ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଶା କରାଯାଉଛି ଯେ ହିତାଧିକାରୀଙ୍କ ତାଲିକା ଖୁବ୍‌ ଶୀଘ୍ର ପ୍ରସ୍ତୁତ ହୋଇଯିବ ।

ଅଧିକାରୀ କହିଛନ୍ତି, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ଜମିର ରେକର୍ଡକୁ ଡିଜିଟାଲ୍‌ କରି ଦିଆଯାଇଛି। ତେଲେଙ୍ଗାନା, ଓଡ଼ିଶା ଏବଂ ଝାଡ଼ଖଣ୍ଡ ନିକଟରେ ତଥ୍ୟ ଅଛି । ଲୋକସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ କିସ୍ତିରେ ଟଙ୍କା ଦିଆଯିବା ପାଇଁ ଆମେ ଯୋଜନା ପ୍ରସ୍ତୁତ କରୁଛୁ ।

Related Articles

Leave a Reply

Your email address will not be published. Required fields are marked *

Back to top button