ଜିଲ୍ଲା

ବିଷ ପିଇ ଭାଗଚାଷୀଙ୍କ ଆତ୍ମହତ୍ୟା

ଆ.ଓ.ରି(ତା୨|୬)-ବରଗଡରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ବିଷ ପିଇ ଜୀବନ ହାରିଲେ ଗାଇସୀମାର ଭାଗଚାଷୀ ଧନପତି ବିଶ୍ୱାଳ। କାଳବୈଶାଖୀରେ ଫସଲ ନଷ୍ଟ ସହ ଋଣବୋଝ ଯୋଗୁଁ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଧନପତି ୪ ଏକର ଜମିରେ ଭାଗ ଚାଷ କରିଥିଲେ। ହେଲେ କାଳବୈଶାଖୀ ଯୋଗୁଁ ଫସଲ ସବୁ ଉଜୁଡ଼ି ଯାଇଥିଲା। ଚାଷ ପାଇଁ ୟୁନିୟନ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଓ ସ୍ୱୟଂ ସହାୟକ ଗୋଷ୍ଠୀରୁ ଲକ୍ଷେ ଟଙ୍କା ଋଣ କରିଥିଲେ। ଏ ଚିନ୍ତାରେ ଘାରି ହୋଇ ଗତ ୩୦ରେ ବିଷ ପିଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ ଧନପତି।

ତେବେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଗୁରୁବାର ବରପାଲି ଜୁଲଟ ଗାଁର ଚାଷୀ ଗୋବର୍ଦ୍ଧନ ବାରିକ ବିଷ ପିଇ ଜୀବନ ହାରିଥିଲେ। ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button