April 16, 2024

ଚାଷୀ ମାରଣ ନୀତି ଆଜି ଦାଦନ ଯିବାକୁ ବାଧ୍ୟ କରୁଛି ; ବିଜେପି କୃଷକ ମୋର୍ଚ୍ଚା

1 min read
Krushak-morcha-Samillani-Aajira-Odisha

ଆଓରି-ଭୁବନେଶ୍ଵର(୦୪/୦୧) : ରାଜ୍ୟ ସରକାର ଚାଷିଙ୍କ ପ୍ରତି କରୁଥିବା ବୈମାତୃକ ମନୋଭାବର ପ୍ରତିବାଦରେ ସନ୍ତା ୮ ତାରିଖରେ ନବୀନ ନିବାସ ଘେରାଉ କରିବ ବିଜେପି କୃଷକ ମୋର୍ଚ୍ଚା । ଜଳସେଚନରେ ଅବ୍ୟବସ୍ଥା, ଚାଷିଙ୍କୁ ବୋନସ, କୃଷି ଋଣ ଛାଡ, ବିଭିନ୍ନ ସ୍ଥାନରେ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟର ସମସ୍ତ ବ୍ଲକରୁ ଚାଷି ଏହି ଆନ୍ଦୋଳନରେ ସାମିଲ ହେବେ । ଚାଷ ଓ ଚାଷିଙ୍କ ପ୍ରତି ନବୀନ ସରକାରଙ୍କ ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ ବୋଲି ନେତୃମଣ୍ଡଳୀ କହିଛନ୍ତି । ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଆଜି ଦାଦନ ଯିବାକୁ ବାଧ୍ୟ କରୁଛି ବୋଲି ଅଭିଯୋଗ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମଙ୍ଗରାଜ ନାୟକଙ୍କ ସହ କୃଷକ ମୋର୍ଚ୍ଚାର ସଂପାଦକ ବିପିନ ଦାସ,ଜିଲ୍ଲା ବିଜେପିର ସଭାପତି ବଦ୍ରୀନାରାୟଣ ଧଳ, ଜିଲ୍ଲା ଉପସଭାପତି ଅମ୍ବିକା ଦାସ ପ୍ରମୁଖ ଯୋଗଦେଇ ସୁଚନା ଦେଇଥିଲେ । ଏହି ଆନ୍ଦୋଳନରେ ଜିଲ୍ଲାରୁ ହଜାର ହଜାର ଚାଷି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାର ସୂଚନା ଦେଇଛନ୍ତି ଓ ବିଭିନ୍ନ ସମୟରେ ଜିଲ୍ଲାର ଚାଉଳ ଦୁର୍ନୀତିକୁ ଜିଲ୍ଲା ପ୍ରଶାସନ ଘଣ୍ଟ ଘୋଡାଉଛି ବୋଲି ପ୍ରଶ୍ନ କରିଥିଲେ। ଓ ସମସ୍ତ ଜିଲ୍ଲାର ଚାଉଳ ଦୁର୍ନୀତିକୁ ବିରୋଧକରି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବିଜେପି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.