April 19, 2024

କୃଷିଋଣ ଛାଡ ସତ୍ତ୍ୱେ ବି ମଧ୍ୟପ୍ରଦେଶରେ ଚାଷୀ କଲେ ଆତ୍ମହତ୍ୟା

1 min read
Farmer-Suiside-In-Madhya-Pradesh-Aajira-Odisha

ଆଓରି-ନୂଆଦିଲ୍ଲୀ(୨୨/୧୨) : ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିବା ପରେ ତୁରନ୍ତ କୃଷିଋଣଛାଡ କରିଥିଲା । ଏହା ଦ୍ୱାରା ରାଜ୍ୟର କୃଷକମାନଙ୍କ ଅବସ୍ଥାରେ ଉନ୍ନତି ଆସିବ ବୋଲି ଦଳ ଦାବି କରିଥିଲା । ରାଜ୍ୟରେ ଆଉ କୃଷକ ଆତ୍ମହତ୍ୟା କରିବେ ନାହିଁ ବୋଲି ଦଳ କହୁଥିଲା । କିନ୍ତୁ ଅଳ୍ପ କେତୋଟି ଦିନ ମଧ୍ୟରେ ହିଁ କଠୋର ବାସ୍ତବିକତା ସାମନାକୁ ଆସିଛି । ଆଜି ମଧ୍ୟପ୍ରଦେଶର ଖଣ୍ଡଓ୍ଵା ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି । ସରକାର କରିଥିବା ଋଣ ଛାଡ ତାଲିକାରେ ତାଙ୍କର ନାଁ ନଥିବାରୁ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସେ ନିଜ ଜମି ନିକଟରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି ।

ସୂଚନାଯୋଗ୍ୟ ଯେ କଂଗ୍ରେସ ନେତା କମଳନାଥ ମଧ୍ୟପ୍ରଦେଶରେ ଶପଥ ଗ୍ରହଣ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ କୃଷିଋଣଛାଡ କରିଥିଲେ । ଯେଉଁ ଚାଷୀମାନେ ମାର୍ଚ୍ଚ ୩୧, ୨୦୧୮ ପୂର୍ବରୁ ରାଷ୍ଟ୍ରାୟତ ଓ ସମବାୟ ବ୍ୟାଙ୍କରୁ କୃଷିଋଣ ନେଇଥିବେ ସେମାନଙ୍କର ଋଣ ଛାଡ କରାଯାଇଛି । କୃଷିଋଣ ଛାଡ ପ୍ରତିଶ୍ରୁତି ଦେଇ କଂଗ୍ରେସ ଏହି ୩ଟି ରାଜ୍ୟରେ କ୍ଷମତାକୁ ଆସିଛି । ସରକାରକୁ ଆସିବାର ମାତ୍ର ୧୦ ଦିନ ମଧ୍ୟରେ କୃଷିଋଣ ଛାଡ କରିବା ପାଇଁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.