ମନୋରଞ୍ଜନ

ଯେଉଁ ଗୀତ ଗାଇ ଆଜି ଷ୍ଟାର୍‌ ବନିଛନ୍ତି ରାନୁ ମଣ୍ଡଳ, ଜାଣନ୍ତି! ତାର ଗୀତିକାର ଏବେ ବନ୍ଦୀ ଭଳି ଜୀବନ ବିତାଉଛନ୍ତି

ଆଓରି-ଭୁବନେଶ୍ଵର(୨୬/୦୮): ଏକ୍‌ ପ୍ୟାର୍‌ କା ନଗ୍‌ମା ହେ,ମୌଜୋଁ କି ରବାନୀ ହେ,..ଜିନ୍ଦେଗୀ ଔର କୁଛ ଭି ନେହିଁ ତେରି ମେରି କାହାନୀ ହେ….। ରେଳ ଷ୍ଟେସନରେ ଏହି ଲୋକପ୍ରିୟ ଗୀତ ଗାଇ ଗାଇ ଭିକ ମାଗୁଥିବା ରାନୁ ମଣ୍ଡଳ ଆଜି ଷ୍ଟାର୍‌ ବନିଛନ୍ତି, ହେଲେ ଏହି କାଳଜୟୀ ଗୀତର ରଚୟିତା ଆଜି ବି ବନ୍ଦୀ ଭଳି ଜୀବନଯାପନ କରୁଛନ୍ତି। ଏହି ଗୀତର ଗୀତିକାର ହେଲେ ସନ୍ତୋଷ ଆନନ୍ଦ। ମନୋଜ କୁମାରଙ୍କ ଅଭିନୀତ ହିଟ୍‌ ଫିଲ୍ମ ‘ଶୋର୍‌’ର ଏହି ଗୀତର ସ୍ୱର ସଂଯୋଜନା କରିଥିଲେ ପ୍ରଖ୍ୟାତ ସଙ୍ଗୀତକାର ଯୋଡ଼ି ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍।

ସନ୍ତୋଷ ଆନନ୍ଦ କହିଛନ୍ତି ଯେ ତାଙ୍କ ପାଖକୁ ପ୍ରତିଦିନ ଫୋନ୍‌ କଲ ଆସୁଛି ଯେ ଆପଣଙ୍କ ଗୀତ ‘ଏକ୍‌ ଫ୍ୟାର୍‌କା ନଗ୍‌ମା ହେ..’ ଗାଇ ଭିକାରୁଣୀ ରାନୁ ମଣ୍ଡଳ ଆଜି ବଲିଉଡରେ ଗାୟିକା ବନିଛନ୍ତି। କିନ୍ତୁ ତାଙ୍କ ପାଖରେ ସ୍ମାର୍ଟ ଫୋନ୍‌ ନଥିବା ହେତୁ ରାନୁଙ୍କ କଣ୍ଠରେ ଏହି ଗୀତଟି ଶୁଣି ପାରି ନାହାନ୍ତି।

୧୯୯୫ ମସିହାରୁ ସନ୍ତୋଷ ଆନନ୍ଦ ଫିଲ୍ମ ପାଇଁ ଗୀତ ଲେଖିବା ଛାଡ଼ି ଦେଇଛନ୍ତି। ତାଙ୍କ ପୁଅଙ୍କର ଆକସ୍ମିକ ମୃତ୍ୟୁ ପରେ ନିଜ ଜୀବନ ଏକଦମ୍‌ ରଙ୍ଗହୀନ ହୋଇଯାଇଛି ବୋଲି ସେ କହିଛନ୍ତି। ଖାଲି ସେତିକି ନୁହେଁ ଝିଅଙ୍କର ଦେହାନ୍ତ ପରେ ସେ ଏକଦମ୍‌ ନିଃସଙ୍ଗ ହୋଇ ଘରେ ବନ୍ଦୀ ହୋଇ ରହୁଛନ୍ତି। ନିଜର ଗୁଜୁରାଣ ମେଣ୍ଟାଇବା ଲାଗି ବି ତାଙ୍କ ପାଖରେ ଅର୍ଥ ନାହିଁ। ସେ କେବଳ ରୋଜଗାର କରିବା ଉଦ୍ଦେଶ୍ୟରେ ବେଳେବେଳେ ହୁଇଲ ଚେୟାରରେ ବସି କବି ସମ୍ମିଳନୀକୁ ଯାଉଛନ୍ତି ବୋଲି କହିଛନ୍ତି ପ୍ରଖ୍ୟାତ ଗୀତିକାର ସନ୍ତୋଷ ଆନନ୍ଦ।

ସୂଚନାଯୋଗ୍ୟ ଗୀତିକାର ସନ୍ତୋଷ ଆନନ୍ଦଙ୍କ ଅନ୍ୟ କେତୋଟି ଲୋକପ୍ରିୟ ସିନେ ଗୀତ ହେଲା ମନୋଜ କୁମାରଙ୍କ ‘କ୍ରାନ୍ତି’ ସିନେମାର ଜିନ୍ଦେଗି କି ନା ଟୁଟେ ଲଡ଼ି…, ରାଜ କପୁରଙ୍କ ‘ପ୍ରେମରୋଗ’ ସିନେମାର ୟେ ଗଲିଆଁ ୟେ ଚୌବାରା…., ଦସାରି ନାରାୟଣ ରାଓଙ୍କ ‘ପ୍ୟାସା ସାୱନ୍’ ସିନେମାର ‘ମେଘାରେ ମେଘାରେ ମତ୍ ପରଦେଶ ଯାରେ…’ ଏବଂ ‘ତେରା ସାଥ୍ ହେ ତୋ ମୁଝେ କ୍ୟା କମି ହେ…’ ଆଦି

Related Articles

Leave a Reply

Your email address will not be published. Required fields are marked *

Back to top button