May 14, 2024

ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେଲେ ସୁବ୍ରମଣ୍ୟମ୍ ଜୟଶଙ୍କର

1 min read

ବିଧିବଦ୍ଧ ଭାବେ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କର ଆଜି ବିଜେପିରେ ସାମିଲ ହୋଇଛନ୍ତି । ତେବେ ଜୟଶଙ୍କରଙ୍କ ବିଜେପିରେ ସାମିଲ କେବଳ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଥିଲା । ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସରେ ତାଙ୍କୁ ବୈଦେଶିକ ମନ୍ତ୍ରାଳୟର ଦାୟିତ୍ୱ ପୂର୍ବରୁ ହିଁ ମିଳିସାରିଛି । ଦାୟିତ୍ୱ ନେବା ପରେ ଜୟଶଙ୍କରଙ୍କ ବିଜେପିରେ ସାମିଲ ହେବା ଏକ ପ୍ରକାର ନିର୍ଦ୍ଦିଷ୍ଟ ହୋଇ ସାରିଥିଲା ।

ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ସଂସଦ ଭବନରେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବରୁ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ସୁଷମା ସ୍ୱରାଜଙ୍କ ନିକଟରେ ବିଦେଶ ମନ୍ତ୍ରାଳୟର ଦାୟିତ୍ୱ ରହି ବୈଦେଶିକ ସଚିବର ଦାୟିତ୍ୱ ତୁଲାଇଥିଲେ ଏସ ଜୟଶଙ୍କର । ସୂଚନା ଯେ, ବିଶେଷଜ୍ଞଙ୍କ କହିବା ଅନୁସାରେ ଏସ ଜୟଶଙ୍କର କାମ କରିବା ଶୈଳୀ ପ୍ରଧାନମନ୍ତ୍ରୀଙ୍କ ବିଦେଶୀ ନୀତିକୁ ସୁଦୃଢ କରିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.