ରାଜ୍ୟ

ଟ୍ରେନ୍‌ରୁ ବିସ୍ଫୋରକ ସାମଗ୍ରୀ ଜବତ

ଆଓରି(ତା୨୭|୪)-ଝାରସୁଗୁଡ଼ା ରୋଡ୍ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।  ଆଲ୍ଲେପି – ଧାନ୍‌ବାଦ ଏକ୍ସପ୍ରେସ୍‌ ଝାରସୁଗୁଡା ରୋଡ ଷ୍ଟେସନରେ ଅଟକି ଥିବା ବେଳେ ଏକ ପ୍ଲାଷ୍ଟିକ ବ୍ୟାଗରୁ ଧୂଆଁ ବାହାରିଥିଲା।

ଏହାକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇ ପଡିଥିଲେ। ବିସ୍ଫୋରକ ସାମଗ୍ରୀ ଥିବା ସନ୍ଦେହକରି ଯାତ୍ରୀମାନେ ଭୟରେ ପାଟି କରିବାରୁ ଜିଆରପି ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରକକୁ ବାହାରକୁ ଫୋପାଡିଥିଲେ।

ଜିଆରପି ପକ୍ଷରୁ ଯାଞ୍ଚ କରାଯିବାପରେ ଟ୍ରେନ୍‌ଟି ରାଉରକେଲା ଯାଇଥିଲା। ତେବେ କିଏ ଓ କେଉଁ ପରିସ୍ଥିତିରେ ଏକ୍ସପ୍ରେସ୍‌ ଟ୍ରେନରେ ବିସ୍ଫୋରକ ରଖିଥଲା ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button