March 17, 2023

ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

1 min read
Puri-Demonstration-Aajira-Odisha

ଆଓରି-ଭୁବନେଶ୍ଵର(୦୪/୦୯) : ପୁରୀରେ ମଠ ଉଚ୍ଛେଦ ସାମୟିକ କାଳ ପାଇଁ ସ୍ଥଗିତ ରହିଛି । ବଡଆଖଡା ମଠ ଉଚ୍ଛେଦ ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ଆଜି ଜିଲ୍ଲାପାଳଙ୍କ ସହ ୧୫ ଜଣିଆ ସର୍ବଦଳୀୟ କମିଟିର ଆଲୋଚନା ପରେ ଯାହା କିଛି ନିଷ୍କର୍ସ ବାହାରିବ ।

ପ୍ରଥମେ ସାଧୁସନ୍ଥଙ୍କ ବିରୋଧ ଓ ପରେ ମଠ ସଂସ୍କୃତିର ସୁରକ୍ଷା ଓ ଉଚ୍ଛେଦ ବନ୍ଦ ନେଇ ସର୍ବ ଦଳୀୟ କମିଟି ଦାବି କରିବା ପରେ, ପୁରୀରେ ବନ୍ଦ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ରାଜନୈତିକ ନେତାଙ୍କ ସହିତ ଆଇନଜୀବୀ, ସେବାୟତ, ସ୍ୱେଛାସେବୀ, ମଠ ମହନ୍ତ, ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଗଠନ ହୋଇଛି ସର୍ବଦଳୀୟ କମିଟି । ଆଗ ଥଇଥାନ ଓ ପରେ ଉଚ୍ଛେଦ କରିବାକୁ ଦାବି କରିଛି ସର୍ବଦଳୀୟ କମିଟି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.