ଜିଲ୍ଲାରାଜ୍ୟ

ଦ୍ୱାଦଶ ଶତାବ୍ଦିର ‘ଏମାର ମଠ’ ଉଚ୍ଛେଦ ପ୍ରକ୍ରିୟା ଜାରି

ଆଓରି-ଭୁବନେଶ୍ଵର(୩୦/୦୮) : ମାଟିରେ ମିଶିଲା ଏମାର ମଠ । ଇତିହାସ ପାଲଟିଗଲା ଦ୍ୱାଦଶ ଶତାବ୍ଦିର ଏହି ମଠ । କିନ୍ତୁ ରହସ୍ୟ ଘେରରେ ରହିଗଲା ମଠ ସହ ଜଡିତ ଥିବା ଅନେକ ସଂସ୍କୃତି ଓ ଗୁପ୍ତ ଧନ । ୨୦୧୧ରେ ପୁରା ରାଜ୍ୟରେ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା ପୁରୀର ଏହି ଏମଆର୍ ମଠ । କାରଣ ମଠରୁ ବାହାରିଥିଲା ୫୨୨ଖଣ୍ଡ ରୂପା ଇଟା । ଢେଙ୍କାନାଳର ଦୁଇ ଶ୍ରମିକ ରୂପା ଇଟା ବିକ୍ରୀ କରୁଥିବା ବେଳେ ପୋଲିସ ତଦନ୍ତରୁ ଏହି ରହସ୍ୟ ପଦାକୁ ଆସିଥିଲା ।

ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଏହି ଘଟଣା । କାରଣ ସେହି ସମୟରେ ଏହି ଇଟା ଗୁଡିକର ମୂଲ୍ୟ ପ୍ରାୟ ୯୨କୋଟି ବୋଲି ଆକଳନ କରାଯାଇଥିଲା । ଏହି ଘଟଣାରେ ଅନେକଙ୍କୁ ଗିରଫ କରାଯିବା ସହ ସ୍ୱତନ୍ତ୍ର ଭାବେ କ୍ରାଇମ ବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ମଧ୍ୟରେ 8 ବର୍ଷ ବିତିଗଲାଣି । କିନ୍ତୁ ଏହି ଘଟଣାର ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇ ନାହିଁ । ଏବେବି ରିଜର୍ଭ ପୋଲିସ ଅସ୍ତ୍ରାଗାରରେ ସାଇତା ହୋଇ ରହିଛି ଏହି ଇଟା । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ଶ୍ରୀମନ୍ଦିର ଗବେଷକଙ୍କ ମତରେ ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ସମୟରେ ମଠରେ ବହୁ ପରିମାଣର ଖାଦ୍ୟ ଶସ୍ୟ ମହଜୁତ ଥିଲା । ତେବେ ବ୍ରିଟିଶ ସରକାର ମଠ ମହନ୍ତଙ୍କୁ ରୂପା ଇଟା ଦେଇ ଧାନ କିଣିଥାଇ ପାରନ୍ତି ବୋଲି କୁହାଯାଉଛି । କାରଣ ମଠ ଭଙ୍ଗା ସମୟରେ ଏହା ଭିତରେ ଏକ ବୃହତ ଖାଦ୍ୟ ଶସ୍ୟଗାରର ଠାବ ମିଳିଛି । ଏପରିକି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ଥିବା ମଧ୍ୟ ଜଣାପଡିଛି । ମଠରେ ଏପରି କିଛି ରହସ୍ୟରୁ ପରଦା ହଟି ପାରିନଥିବା ବେଳେ ମଠ ମହନ୍ତଙ୍କ ମଧ୍ୟରେ ବେଶ ଅସନ୍ତୋଷ ଦେଖା ଦେଇଛି ।

ବିନା କୌଣସି ଥଇଥାନ ବ୍ୟବସ୍ଥା ନକରି ମେଘନାଦ ପାଚେରୀର ୭୫ମିଟର ପରିଧିରରୁ, ଉଚ୍ଛେଦ କରାଯାଉଥିବା ବେଳେ ପୁରାତନ ପୋଥି ଥିବା ରଘୁନନ୍ଦନ ଲାଇବିରେରୀ ମଧ୍ୟ ଭଙ୍ଗା ଯାଇଛି । ଯାହାକୁ ନେଇ ମଠମହନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button