May 20, 2024

ସବୁ ଗାଁରେ ପହଞ୍ଚିଲା ବିଜୁଳି

1 min read

 ଆଓରି(ତା୨୯|୪)-ସ୍ବାଧୀନତାର ୭୦ ବର୍ଷ ପରେ ଏବେ ଦେଶର ସମସ୍ତ ଗାଁକୁ  ବିଦ୍ୟୁତ୍‍ ସଂଯୋଗ କରାଯାଇପାରିଛି ବୋଲି ସେ କହିଛନ୍ତି।ଦେଶର ସବୁ ଗାଁରେ ଏବେ ବିଦ୍ୟୁତସେବା ପହଞ୍ଚି ପାରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ମଣିପୁରର ସେନାପତି ଜିଲ୍ଲା ଅନ୍ତର୍ଗତ ଲେଇଜାଙ୍ଗ୍‍ ଗ୍ରାମ ହେଉଛି ଶେଷ ଗ୍ରାମ । ଯେଉଁଠାରେ ଶନିବାର ଜାତୀୟ ପାୱାର୍‍ ଗ୍ରୀଡ଼ ସ୍ଥାପନ କରାଯାଇ ଗ୍ରାମକୁ ବିଦ୍ୟୁତ୍‍ ସଂଯୋଗ କରାଯାଇପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ସରକାର ସମସ୍ତ ପ୍ରତିଶ୍ରୁତି ପାଳନ କରିଥିବାରୁ ଦେଶର ବିକାଶ ଯାତ୍ରାରେ ୨୦୧୮ ମସିହା ଏପ୍ରିଲ୍‍ ୨୮ ତାରିଖ ଏକ ଐତିହାସିକ ଦିବସ ଭାବେ ସ୍ମରଣୀୟ ହୋଇ ରହିବ । ଯେଉଁଥିପାଇଁ ସମସ୍ତ ଭାରତୀୟଙ୍କ ଜୀବନଶୈଳୀରେ ସବୁଦିନପାଇଁ ଏକ ବ୍ୟାପକ ପରିବର୍ତ୍ତନ ଆସିବ । ଟ୍ୱିଟ୍‍ ଜରିଆରେ ଶ୍ରୀ ମୋଦି କହିଛନ୍ତି, ଲେଇଜାଙ୍ଗ୍‍ ଗ୍ରାମ ଭଳି ଦେଶର ଅନେକ ଗ୍ରାମକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି । ଶକ୍ତିମନ୍ତ୍ରୀ ଆର୍‍.କେ. ସିଂ କହିଛନ୍ତି, ୨୦୧୫ ମସିହା ଅଗଷ୍ଟ ୧୫ ତାରିଖରେ ଲାଲକିଲାରୁ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ବିଦ୍ୟୁତ୍‍ ସେବାରୁ ବଞ୍ଚିତ ହୋଇଥିବା ଗ୍ରାମଗୁଡିକୁ ୧୦୦୦ ଦିନ ମଧ୍ୟରେ ବିଦ୍ୟୁତ୍‍ ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ନିର୍ଦ୍ଧାରିତ ସମୟର ୧୨ ଦିନ ପୂର୍ବରୁ ସରକାର ଏହି ଲକ୍ଷ୍ୟ ହାସଲ କରିପାରିଛନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.