ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଇଞ୍ଜିନିୟରିଂ ଛାତ୍ର
1 min read
ଆଓରି-ନୂଆଦିଲ୍ଲୀ(୧୮/୧୧) : ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ (କର୍ଣ୍ଣାଟକ)ର ଜଣେ ଛାତ୍ର ତାଙ୍କ ବିଭାଗୀୟ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଅନ୍ୟ ସାଙ୍ଗମାନଙ୍କ ବାରଣ ସତ୍ତ୍ୱେ ଛାତ୍ର ଜଣକ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଛାତ୍ରଙ୍କ ଆତ୍ମହତ୍ୟା ଲାଗି ତାଙ୍କର ଜଣେ ପ୍ରଫେସରଙ୍କୁ ଦାୟୀ କରାଯାଇଛି। ପ୍ରଫେସର ଛାତ୍ରଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେଇ ଆସୁଥିବା ପୋଲିସ କହିଛି।
ଶନିବାର ଛାତ୍ରମାନେ ଇନଷ୍ଟିଚ୍ୟୁଟ୍ କ୍ୟାମ୍ପସରେ ଏକଜୁଟ ହୋଇ ସଂପୃକ୍ତ ପ୍ରଫେସରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ସଂପୃକ୍ତ ପ୍ରଫେସର ମେକାନିକାଲ ଇଞ୍ଜିନିୟରିଂ (ଥାର୍ଡ ଇୟର) ପଢୁଥିବା ଆନନ୍ଦ ପାଠକଙ୍କୁ ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ ବୋଲି ଛାତ୍ରମାନେ କହିଛନ୍ତି। ଏକ କମିଟି ଗଠନ କରି ଘଟଣାର ତଦନ୍ତ କରାଯାଉ ବୋଲି ମିଳିତ ହୋଇ ପ୍ରତିବାଦ କରୁଥିବା ଛାତ୍ରମାନେ ଦାବି କରିଛନ୍ତି। ଏନେଇ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।