ଅପରାଧ

ଚୋରି ଅଭିଯୋଗରେ ଇଂଜିନିୟରିଂ ଛାତ୍ର ଗିରଫ

ଆଓରି-ଭୁବନେଶ୍ଵର(୧୯/୬): ଜଣେ ସହପାଠୀର ସ୍କୁଟି ଚୋରି କରି ନେଇଥିବା ଅଭିଯୋଗରେ ସୋମବାର ତମାଣ୍ଡୋ ଥାନା ପୁଲିସ ଜଣେ ଇଂଜିନିୟରିଂ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡ ପାଲାମ୍‌ ଜିଲ୍ଲା ଛତ୍ରପୁରର ସଲାମତ୍‌ ହୁସେନ୍‌(୨୩)। ସେ ବରମୁଣ୍ଡା ଅଞ୍ଚଳରେ ମେସ୍‌ରେ ରହୁଥିବାବେଳେ ଏକ ଘରୋଇ ଇଂଜିନିୟରିଂ କଲେଜର ଦ୍ୱିତୀୟ ବାର୍ଷିକ ଛାତ୍ର ଥିଲେ। ପୁଲିସ ସୂଚନାନୁସାରେ ଅଭିଯୁକ୍ତ ସଲାମତ୍‌ର କିଛି ସହପାଠୀ(ଝାରଖଣ୍ଡର) ତମାଣ୍ଡୋ ଅଞ୍ଚଳରେ ମେସ୍‌ କରି ରହୁଛନ୍ତି। ସଲାମତ୍‌ ଉକ୍ତ ମେସ୍‌କୁ ନିୟମିତ ଯା’ଆସ କରେ। ବେଳେବେଳେ ଜରୁରି କାମର ବାହାନା କରି ସାଙ୍ଗମାନଙ୍କ ଗାଡ଼ି ମାଗିନିଏ। ଏକଦା ସେହି ମେସ୍‌ରେ ରହୁଥିବା ରାଞ୍ଚିର ବିକାଶ କୁମାର ସାହୁ ନାମକ ଜଣେ ସହପାଠୀଙ୍କ ସ୍କୁଟିକୁ ସଲାମତ୍‌ ମାଗି ନେଇଥିଲା ଓ ଏହି ମଉକାରେ ଗାଡ଼ିର ଏକ ନକଲି ଚାବି ତିଆରି କରାଇ ନେଇଥିଲା। ଗତ ୧୬ ତାରିଖ ବିଳମ୍ବିତ ରାତିରେ ସଲାମତ୍‌ ଉକ୍ତ ଗାଡ଼ିକୁ ମେସ୍‌ରୁ ଉଠାଇ ନେଇଥିଲା। ପରଦିନ ବିକାଶ ଏ ନେଇ ତମାଣ୍ଡୋ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ରାତିରେ ଖଣ୍ଡଗିରି ଥାନା ପୁଲିସ ପାଟ୍ରୋଲିଂ କରୁଥିବାବେଳେ ସଲାମତ୍‌ ଉକ୍ତ ସ୍କୁଟି ସହ ଧରାପଡ଼ିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button