କୁଖ୍ୟାତ ଅପରାଧୀ ଟିଟୋର ଏନକାଉନ୍ଟର
1 min read
ଆଓରି-କଟକ(୩୦-୬): କେନ୍ଦ୍ରପଡା ଜିଲ୍ଲା ର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଟିଟୋ କୁ STF DIG ହିମାଂଶୁ ଲାଲଙ୍କ ନେତୃତ୍ଵରେ ଚଣ୍ଡୀଖୋଲ ଠାରେ ଏନକାଉନ୍ଟାର କରଯାଇଛି | ସୂଚନା ଅନୁଯାୟୀ ଦୁର୍ଦ୍ଧାନ୍ତ ଅପରାଧୀ ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ନିଜର ବାସଭବନ ଦିଲାରପୁର କେନ୍ଦ୍ରପଡାରୁ କିଛି ଅଜ୍ଞାତ ଲୋକମାନେ ଉଠାଇନେଇଥିଲେ, ତେବେ କିଏ ଉଠାଇ ନେଇଛି ସେ ସଂପର୍କରେ ସ୍ଥାନୀୟ ପୁଲିସ ପାଖରେ ମଧ୍ୟ ସୂଚନା ନଥିଲା । ନାଲିବତୀ ଲାଗିଥିବା ଏକ ସୁମୋ କାର ଟିଟୋ ବାସଭବନ ଆଗରେ ଲାଗିଥିଲା । କେହି କିଛି ଭାବିବା ପୂର୍ବରୁ ଗାଡ଼ି ଭିତରୁ କେତେକ ବ୍ୟକ୍ତି ଓହ୍ଲାଇ ସିଧା ଘର ଭିତରକୁ ପଶିଥିଲେ ।
କିଛି ସମୟ ପରେ ସେମାନେ ଟିଟୋକୁ ନେଇ ଗାଡ଼ି ଭିତରେ ଭର୍ତି କରିଦେଲେ । ସ୍ଥାନୀୟ ଅଂଚଳରେ ଟିଟୋକୁ କ୍ରାଇମବ୍ରାଂଚ ଉଠାଇନେଇଥିବା ଚର୍ଚ୍ଚା ହେଉଥିଲା । ପରେ ତାକୁ ଏସଟିଏଫ ଚଣ୍ଡିଖୋଲ ନିକଟରେ ଏନକାଉଂଟର କରାଯାଇଥିବାର ଜାଣିବାକୁ ମିଳିଛି । ଏନକାଉନ୍ଟର ପରେ ଗୁରୁତର ଅବସ୍ଥାରେ ତାକୁ ବଡ଼ଚଣା ହସପିଟାଲରେ ଭର୍ତି କରାଯାଇଛି
![]() |
ReplyForward
|