ରାଜ୍ୟ

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବରେ ନିଯୁକ୍ତ ହେଲେ ଓଡିଶା ବିଜେପି ନେତା ବିଶ୍ଵଭୂଷଣ ହରିଚନ୍ଦନ

ଆଓରି-ଭୁବନେଶ୍ଵର(୧୬/୦୭) : ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ । ଓଡ଼ିଶାର ଜଣେ ବରିଷ୍ଠ ନେତା ତଥା ବିଜେପିର ପୁରୁଖା ନେତା ବିଶ୍ୱଭୂଷଣ ଆନ୍ଧ୍ରର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ଓଡ଼ିଶାର ବିଜେପିର ଏହି ଭେଟରାନ ନେତା ପୂର୍ବରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଜେଡି-ବିଜେପି ମେଣ୍ଟ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଚିଲିକାରୁ ୨ ଥର ଓ ଭୁବନେଶ୍ୱରରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଶ୍ୱଭୂଷଣ ।

ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରୁ ଶ୍ରୀ ହରିଚନ୍ଦନଙ୍କ ନିଯୁକ୍ତି ସଂପର୍କିତ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ଆଜି ପ୍ରକାଶ ପାଇଛି ।

ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ରୂପେ ନିଯୁକ୍ତି ଦେବା ସହ ଅନୁସୁଇୟା ଉଇକେଙ୍କୁ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି କୋବିନ୍ଦ ।

ଏହାପୂର୍ବରୁ କଳରାଜ ମିଶ୍ର ହିମାଚଳ ପ୍ରଦେଶର ରାଜ୍ୟପାଳ ଏବଂ ଦେବବ୍ରତ ଆଚାର୍ଯ୍ୟଙ୍କୁ ଗୁଜୁରାଟର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଅନୁସୁୟିୟା ପୂର୍ବତନ ରାଜ୍ୟସଭା ସାଂସଦ ଏବଂ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଏବଂ ଜନଜାତି ଆୟୋଗର ଉପାଧ୍ୟକ୍ଷ ଅଛନ୍ତି । ସେହିଭଳି ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ପୂର୍ବତନ ଆଇନ ମନ୍ତ୍ରୀ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button