May 18, 2024

୫୪୩ଟି ଲୋକସଭା ନିର୍ବାଚନ ପାଇଁ ୭ଟି ପର୍ଯ୍ୟାୟରେ ହେବ ମତଦାନ

1 min read
Election will be held in 543 seats with 7 options-Aajira-Odisha

ଆଓରି-ନୂଆଦିଲ୍ଲୀ(୧୧/୦୩) : ଲୋକସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ । ଦେଶର ୫୪୩ଟି ଲୋକସଭା ନିର୍ବାଚନ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ ହେବ । ତେବେ ଲୋକଙ୍କ ନଜର ଏବେ ସେହି ସିଟ୍ ଉପରେ ରହିଛି ଯେଉଁଠାରୁ ହାଇପ୍ରୋଫାଇଲ ନେତା ସଂସଦ ଯିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସୋନିଆଙ୍କ ସିଟ୍ ସାମିଲ ଅଛି । ଏହା ସହିତ ଶରଦ ପାୱାରଙ୍କ ଲୋକସଭା ଆସନ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ।

ଦେଶର ସବୁଠୁ ହାଇପ୍ରୋଫାଇଲ ନେତା ଉତ୍ତର ପ୍ରଦେଶରୁ ନିର୍ବାଚିତ ହୋଇଥାନ୍ତି । ଉତ୍ତରପ୍ରଦେଶର ବାରଣାସୀ ମୋଦିଙ୍କ କ୍ଷେତ୍ର । ପୁଣି ଥରେ ଏଠାରୁ ମୋଦି ନିଜ ଭାଗ୍ୟ ପରୀକ୍ଷା କରିବେ । ଏଠାରେ ଶେଷ ତଥା ଅନ୍ତିମ ପର୍ଯ୍ୟାୟରେ ମେ ୧୯ରେ ମତଦାନ ହେବ ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ କ୍ଷେତ୍ର ଆମେଠୀରେ ପଞ୍ଚମ ପର୍ଯ୍ୟାୟ ତଥା ମେ ୬ ତାରିଖରେ ମତଦାନ ହେବ । ଏଠାରେ ରାହୁଲଙ୍କ ବିପକ୍ଷରେ ସ୍ମୃତି ଇରାନୀ ନିର୍ବାଚନୀ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି । ସେହିପରି ସୋନିଆ ଗାନ୍ଧୀ ରାୟବରେଲୀରେ ନିର୍ବାଚନ ଲଢିବେ । ଏଠାରେ ମେ ୬ତାରିଖରେ ମତଦାନ ହେବ ।

ସେହିପରି ଲକ୍ଷ୍ନୌରେ ଗୃହମନ୍ତ୍ରୀ ରାଜନାଥ ସିଂହ ଲଢିବାକୁ ଥିବା ବେଳେ ଏଠାରେ ପଞ୍ଚମ ପର୍ଯ୍ୟାୟ ତଥା ମେ ୬ରେ ମତଦାନ ହେବ । ଲକ୍ଷ୍ନୌ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କମର୍ଭୂମି ।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବ ମେନପୁରୀ ଆସନରୁ ଲଢିବେ । ଏଠାରେ ଏପ୍ରିଲ ୨୩ରେ ମତଦାନ ହେବ । ଅଖିଳେଶ ଯାଦବଙ୍କ ପତ୍ନୀ କନୌଜରୁ ଲଢିବାକୁ ଥିବା ବେଳେ ଏଠାରେ ୨୯ ଏପ୍ରିଲରେ ମତଦାନ ହେବ ।

ଏନସିପି ଅଧ୍ୟକ୍ଷ ଶରଦ ପାୱାର ମହାରାଷ୍ଟ୍ରର ସୋଲାପୁରର ମାଢା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବାକୁ ଥିବା ବେଳେ ଏଠାରେ ଏପ୍ରିଲ ୨୩ରେ ମତଦାନ ହେବ । ନାଗପୁରରେ ନୀତିନ ଗଡକାରୀ ଲଢିବେ ଏବଂ ଏଠାରେ ଏପ୍ରିଲ ୧୧ରେ ମତଦାନ ହେବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.