March 27, 2023

ଫୋନି କାରଣରୁ ୬୦ ଦିନ ପାଇଁ ଘୁଞ୍ଚିଲା ପାଟକୁରା ବିଧାନସଭା ନିର୍ବାଚନ

1 min read

ଆଓରି-ଭୁବନେଶ୍ଵର(୦୭/୦୫) : ଘୁଞ୍ଚିଲା ପାଟକୁରା ବିଧାନସଭା ନିର୍ବାଚନ । ଫୋନି ବିପର୍ଯ୍ୟୟ ପରେ ଭାରତର ନିର୍ବାଚନ କମିସନର ଏହି ନିଷ୍ପତ୍ତି ନେଇଛନ୍ତି । ପାଟକୁରା ବିଧାନସଭା ନିର୍ବାଚନକୁ ୬୦ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ସ୍ଥିତି ସୁଧୁରିବା ପରେ ସେଠାରେ ମତଦାନ ତାରିଖ ଘୋଷଣା ସଂପର୍କରେ ନିଷ୍ପତ୍ତି ନିଆଯିବ।

ନିର୍ବାଚନ କମିସନଙ୍କ ଏଭଳି ଘୋଷଣା ପରେ ପାଟକୁରା ବିଧାନସଭା ଆସନ ନିର୍ବାଚନୀ ଉଷ୍ଣତା ଶିଥିଳ ହୋଇଯାଇଛି। ଆସନ୍ତା ୧୯ ତାରିଖରେ ଏହି ଆସନରେ ନିର୍ବାଚନ ହେବ ବୋଲି ଏପ୍ରିଲ ୨୪ ତାରିଖରେ କମିସନ ସମୟ ଧାର୍ଯ୍ୟ କରିଥିଲେ।

ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗ ପରେ ଏହି ଆସନରେ ନିର୍ବାଚନ ସ୍ଥଗିତ ରହିଥିଲା ।  ୧୯ ତାରିଖରେ ଭୋଟଗ୍ରହଣ ହେବ ବୋଲି ଘୋଷଣା କରିଥିଲେ। ଏହି ଆସନରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିପକ୍ଷରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ନିର୍ବାଚନ ଲଢିବେ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.