ଆଦିବାସୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ରାହୁଲ ଗାନ୍ଧିଙ୍କୁ ନୋଟିସ କଲେ : ଇସି
1 min read
ଆଓରି-ଭୁବନେଶ୍ଵର(୦୨/୦୫) : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନୋଟିସ । ଏନେଇ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଆଦିବାସୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନିର୍ବାଚନ କମିଶନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନୋଟିସ କରିଛନ୍ତି । ୪୮ ଘଣ୍ଟା ମଧ୍ୟରେ ଏହାର ଉତ୍ତର ରଖିବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଏପ୍ରିଲ ୨୩ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଧ୍ୟପ୍ରଦେଶର ଶାହଡୋଲରେ ଏକ ରାଲି କରିଥିଲେ । ସେଠାରେ ରାହୁଲ ଗାନ୍ଧି ଉଦବୋଧନ ଦେଉଥିବା ବେଳେ ସେ କହିଥିଲେ ଆଦିବାସୀଙ୍କ ପାଇଁ ମୋଦି ସରକାର ନୂଆ ନିୟମ ଆଣିଛନ୍ତି। ଏହାଦ୍ୱାରା ଆଦିବାସୀଙ୍କୁ ଗୁଳି ମାରିହେବ ବୋଲି ରାହୁଲ କହିଥିଲେ। ଯାହାକି ଜନପ୍ରତିନିଧି ଆକ୍ଟ ଭାଗ (୧)ର ଅନୁଛେଦ (୨) ଆଧାରରେ ଆଚରଣ ବିଧିର ଉଲ୍ଲଂଘନ କରୁଛି । ଯାହା ଇସି ରାହୁଲଙ୍କୁ ପଠାଇଥିବା ନୋଟିସରେ ଉଲ୍ଲେଖ କରିଛନ୍ତି । ଯଦି ରାହୁଲ ଗାନ୍ଧି ଏହାର ଜବାବ ନ ଦିଅନ୍ତି ତାହେଲେ ନିର୍ବାଚନ କମିଶନ ତାଙ୍କ ଆଡୁ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ । ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧି ଏହି ବୟାନ ଦେବାପରେ ବିଜେପି ନେତା ଓମ ପାଠକ ଏବଂ ନିରଜ ମଧ୍ୟପ୍ରଦେଶ ନିର୍ବାଚନ କମିଶନରଙ୍କ ପାଖରେ ଏ ନେଇ ଅଭିଯୋଗ କରିଥିଲେ ।
ନିକଟରେ ରାହୁଲ ସୁପ୍ରିମ୍କୋର୍ଟରେ ରାଫେଲ୍ ମାମଲାର ଶୁଣାଣି କାଳରେ ଅଦାଲତ ଅବମାନନା କରିଥିବା ଅଭିଯୋଗରେ ତାଙ୍କୁ ଏକ ନୋଟିସ୍ ଜାରି କରାଯାଇଥିଲା। ସେ ଅଦାଲତରେ କହିଥିଲେ କି ‘ସୁପ୍ରିମ୍କୋର୍ଟ ବି ମାନିବାକୁ ଲାଗିଲେଣି ଯେ ଚୌକିଦାର ଚୋର୍ ହୈ’। ଏପରି କହି ସେ ଅଦାଲତ ଅବମାନନା କରିଥିଲେ। ରାହୁଲଙ୍କୁ ତାଙ୍କର ଏପରି ମନ୍ତବ୍ୟ ପାଇଁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଥିଲା।