ଅଳେଇଚ ଓ ପାଣିର ଫାଇଦା
1 min read
ଆଓରି-ଭୁବନେଶ୍ଵର(୨୫/୦୯): ଯଦି ଆପଣ କିଛି ଅଖାଦ୍ୟ ଖାଇଛନ୍ତି ବା ଅଧିକ ମାତ୍ରାରେ ଭୋଜନ କରିଥିବେ ,ତେବେ ବଦହଜମିର ଶିକାର ହୋଇଥିବେ। ଏଥିରୁ ମୁକ୍ତି ପାଇବା ଲାଗି ଆପଣ ଦୁଇଟି ଅଳେଇଚ ଖାଇ ପାରନ୍ତି। ରାତିରେ ଦୁଇଟି ଅଳେଇଚ ଖାଇ ପାଣି ପିଇଲେ ମହିଳାଙ୍କର କେଶ ମଜଭୁତ ହୋଇଥାଏ ଓ କେଶ ଝଡ଼ିବା ବନ୍ଦ ହୋଇଥାଏ।
ଅଳେଇଚ ସେବନ କରିଲେ ରକ୍ତଚାପ ବି ନିୟନ୍ତ୍ରଣ ଭିତରେ ରହିଥାଏ। ଏଥିରେ ପଟାସିଅମ୍ ଓ ଫାଇବର୍ ଅଧିକ ମାତ୍ରାରେ ଥିବା ଯୋଗୁଁ ରକ୍ତ ସଞ୍ଚାଳନ ଭଲ ହୁଏ। ପ୍ରତିଦିନ ଅଳେଇଚ ଖାଇଲେ ମୂତ୍ର ସଂକ୍ରମଣରୁ ବି ମୁକ୍ତି ମିଳିଥାଏ।
ପ୍ରତ୍ୟହ ଅଳେଇଚ ଖାଇଲେ ପୁରୁଷମାନଙ୍କର ଶାରୀରିକ ଦୁର୍ବଳତା ଦୂର ହୋଇଥାଏ।ଏହା ଛଡ଼ା ମୋଟାପାରୁ ବି ମୁକ୍ତ ମିଳିଥାଏ।
ଯଦି ଆପଣଙ୍କର ପେଟ ବାହାରିଛି ଓ ଆପଣ ତାଙ୍କୁ କମ୍ କରିବାକୁ ଚାହାଁନ୍ତି,ତେବେ ରାତିରେ ଶୋଇବା ପୂର୍ବରୁ ଗରମ ଜଳରେ ଦୁଇଟି ଅଳେଇଚ ମିଶାଇ ଦିଅନ୍ତୁ। ଏଥିରେ ଥିବା ପଟାସିଅମ୍,ମ୍ୟାଗ୍ନେସିଅମ୍,ଭିଟାମିନ୍ ବି-୧, ବି-୬ ଓ ଭିଟାମିନ୍-ସି ଶରୀରରୁ ଅତିରିକ୍ତ ଚର୍ବିକୁ କମ୍ କରିଥାଏ। ଏଥିରେ ଥିବା ଫାଇବର୍ ଓ କାଲ୍ସିଅମ୍ ଓଜନକୁ ବି ନିୟନ୍ତ୍ରିତ କରିଥାଏ।