March 27, 2023

ଶରଦ ପାଓ୍ୱାରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଲା ଇଡ଼ି

1 min read
ED Files FIR Against NCP Chief, Sharad Pawar-Aajira-Odisha

ଆଓରି-ନୂଆଦିଲ୍ଲୀ(୨୫/୦୯) : ଆଗକୁ ରହିଛି ଅକ୍ଚୋବର ୨୧ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ମହାରାଷ୍ଟ୍ରର ଚେହେରା କୁହାଯାଉଥିବା ଶରଦ ପାଓ୍ୱାରଙ୍କ ନାଁରେ ଆସିଛି ଦୁର୍ନୀତି ଅଭିଯୋଗ। ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରି ଦେଇଛି। ଖାଲି ଶରଦ ପାଓ୍ୱର ନୁହେଁ, ତାଙ୍କ ପୁତୁରା ଅଜିତ ପାଓ୍ୱାର ମଧ୍ୟ ଏହି ଦୁର୍ନୀତିରେ ଜଡ଼ିତ ଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମାମଲା ରୁଜୁ କରିଛି । ଏନେଇ ଏନସିପି ର କର୍ମକର୍ତ୍ତାମାନେ ଆଜି ଇଡି କାର୍ଯ୍ୟାଳୟ ସମ୍ମୁଖରେ ଧାଣରା ଦେଇଛନ୍ତି ।

ଶରଦ ପାଓ୍ୱାର ଏନେଇ ମୁହଁ  ଖୋଲିଛନ୍ତି । ସେ କହିଛନ୍ତି ଯେ, ମୋତେ ଜେଲ୍‌ ଯିବାକୁ କିଛି ସମସ୍ୟା ନାହିଁ ବରଂ ମୋତେ ଖୁସି ଲାଗିବ ଯେ,  କାହିଁକି ନା ମୋର ଜେଲ୍‌ରେ ରହିବାର ଅଭିଜ୍ଞତା ନାହିଁ  ଆଉ ଜେଲ୍‌ରେ ରହିବାର ଅଭିଜ୍ଞତା ହୋଇଯିବ ବୋଲି ନିଜର ପ୍ରତିକ୍ରିୟାରେ ଗଣମାଧ୍ୟକୁ ଜଣାଇଛନ୍ତି  ଶରଦ ପାଓ୍ୱାର । ସେ ଆହୁରି ମଧ୍ୟ କହିଛନ୍ତି  ‘ମୁଁ ସେହି ବ୍ୟାଙ୍କ ସହ ଜଡ଼ିତ ନଥିବା ସତ୍ତ୍ୱେ ମୋ ନାଁରେ ଦୁର୍ନୀତି ଅଭିଯୋଗ ଆସିଛି। ମୋର ନ୍ୟାୟଳୟ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥୁବାରୁ ମୁଁ ଧନ୍ୟବାଦ ଜଣାଉଛି’।

ସୂଚନାଅନୂଯାୟୀ,  ନିକଟରେ  ମହାରାଷ୍ଟ୍ର  କୋଅପରେଟିଭ୍‌  ବ୍ୟାଙ୍କ  ଘୋଟାଲାରେ  ୨୫ ହଜାର କୋଟି ଟଙ୍କାର ଋଣ ବେଆଇନ ଭାବରେ ନେଇଥିବା ଯୋଗୁ  ବମ୍ୱେ ହାଇକୋର୍ଟ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାର ଓ ଅନ୍ୟ ୭୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଇଡିକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଇଡି ମାମଲା ଦାୟର କରିଛି । ଏହି ମାମଲାରେ ମହାରାଷ୍ଟ୍ର ‌ରାଜ୍ୟ ସମବାୟ ବ୍ୟାଙ୍କର ତତ୍କାଳୀନ ଅଧ୍ୟକ୍ଷ, ଏମ୍‌ଡି ଏବଂ ନିର୍ଦ୍ଦେଶକମାନଙ୍କ ନାଁ ମଧ୍ୟ ରହିଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.