ସ୍ୱାସ୍ଥ୍ୟ

ବାସି ରୁଟି ଖାଇବା ଶରୀର ପକ୍ଷେ ଲାଭଦାୟକ

ସାଧାରଣତଃ ବାସି ଖାଦ୍ୟ ଖାଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ବୋଲି କୁହାଯାଇଥାଏ। ୧୨ ଘଣ୍ଟାରୁ ଅଧିକ ସମୟ ଧରି ରଖାଯାଇଥିବା ଖାଦ୍ୟକୁ ଖାଇବା ଦ୍ୱାରା ଫୁଡ ପଏଜନିଂ, ଗ୍ୟାସ୍‌ ଏବଂ ପେଟ ଖରାପ ଆଦି ହେବାର ସମ୍ଭାବନା ରହିଥାଏ। ଏପରିକି ବାସି ଖାଦ୍ୟକୁ ଗରମ କରି ଖାଇବା ଦ୍ୱାରା ଶରୀରକୁ ଅଧିକ କ୍ଷତି ପହଞ୍ଚିଥାଏ। ମାତ୍ର ଏପରି କିଛି ବାସି ଖାଦ୍ୟ ରହିଛି, ଯାହା ଶରୀର ପକ୍ଷେ ହାନିକାରକ ନୁହେଁ ବରଂ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏହାର ଏକ ଉଦାହରଣ ହେଉଛି ଗହମ ଅଟାରୁ ପ୍ରସ୍ତୁତ ରୁଟି।

  • ସକାଳେ କ୍ଷୀର ସହ ବାସି ରୁଟି ଖାଇବା ଦ୍ୱାରା ବ୍ଲଡ ପ୍ରେସର(ରକ୍ତ ଚାପ) ନିୟନ୍ତ୍ରଣରେ ରହିଥାଏ। ଏଥିପାଇଁ ରୁଟିକୁ କ୍ଷୀରରେ ଭିଜାଇ ସକାଳ ଜଳଖିଆ କରନ୍ତୁ।
  • ଆମ ଶରୀରର ସାଧାରଣ ତାପମାତ୍ରା ୩୭ଂ। ମାତ୍ର ଏହା ୪୦ଂରୁ ଊର୍ଦ୍ଧ୍ୱ ହେବା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତି କ୍ଷତି ପହଞ୍ଚିଥାଏ। ଏପରିସ୍ଥଳେ ବାସି ରୁଟିକୁ ଭିଜାଇ ଖାଇବା ଦ୍ୱାରା ଲାଭ ମିଳିବ।
  • କିଛି ଲୋକଙ୍କୁ ସର୍ବଦା ପେଟ କାଟିବା ନଚେତ ପେଟରେ ଯନ୍ତ୍ରଣା ହେବା ପରି ସମସ୍ୟା ଲାଗି ରହିଥାଏ। ସେମାନେ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ବାସି ରୁଟି ପକାଇ ଖାଇବା ଉଚିତ। ଏହାଦ୍ୱାରା ସେମାନେ ଗ୍ୟାସ ଏବଂ କବ୍ଜ ପରି ସମସ୍ୟାରୁ ରକ୍ଷା ପାଇପାରିବେ।
  •  ସେହିପରି ରକ୍ତ ଶର୍କରା(ଡାଇବେଟିସ୍‌) ପରି ରୋଗୀଙ୍କୁ ଏହା ନିତ୍ୟ ସେବନ କରିବା ଉଚିତ। ଦିନର କୌଣସି ସମୟରେ ସେମାନେ ବାସିରୁଟିକୁ ୧୦ ରୁ ୧୫ ମିନିଟ ଭିଜାଇ ଖାଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣ ରହିବାରେ ସହାୟକ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button