ସ୍ୱାସ୍ଥ୍ୟ

ଖରାଦିନେ ଛତୁଆ ଖାଇବା ଦ୍ଵାରା ହୋଇଥାଏ ଅନେକ ଲାଭ

ଖରାରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଲୋକମା​‌ନେ ଘରୁ ବାହାରିବାକୁ ଅନିଚ୍ଛା ପ୍ରକାଶ କରିଥାଆନ୍ତି। କେତେକ ବ୍ୟକ୍ତି ଗଛ ମୂଳରେ ରହି ଥଣ୍ଡା ରହିବାକୁ ଚେଷ୍ଟା କରିଥାଆନ୍ତି। ଏହାସହ ଅନେକ ଥଣ୍ଡା ପାନୀୟ ଓ ଆଇସକ୍ରୀମ ଖାଇ ଥାଆନ୍ତି। ଏହି ସବୁ ବ୍ୟବସ୍ଥା ଆପଣେଇବା ସତ୍ତ୍ୱେ ମଧ୍ୟ ଖରାରୁ ନିସ୍ତାର ମିଳେନାହିଁ। ତେଣୁ ଖରା ଦିନେ ଛତୁଆ ଖାଇ ଗରମରୁ କିଛି ମାତ୍ରାରେ ଉପଶମ ପାଇପାରିବେ।

ଛତୁଆ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହା ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ। ଖରା ଦିନେ ଅଧିକ ଗରମ ଦ୍ବାରା ଶରୀରରୁ ଅଧିକ ଝାଳ ନିର୍ଗତ ହୋଇଥାଏ। ଏହାଦ୍ୱାରା ଶରୀରରେ ଜଳର ଅଭାବ ହୋଇଥାଏ। ଶରୀରରେ ଶକ୍ତିର ଅଭାବ ମଧ୍ୟ ପରିଲକ୍ଷିତ ହୋଇଥାଏ। ଖରା ଦିନେ ଶରୀରରେ ଶକ୍ତି ବୃଦ୍ଧି ଓ ଜଳର ଅଭାବକୁ ଦୂରେଇବା ପାଇଁ ପ୍ରତ୍ୟେକ ଦିନ ଛତୁଆ ଖାଇବା ଆବଶ୍ୟକ। ଏହା ଶୀଘ୍ର ଶରୀରକୁ ଶକ୍ତି ଯୋଗାଇବାର କାମ କରିଥାଏ।

ଛତୁଆ ଖାଇବା ଦ୍ୱାରା ଏସିଡିଟି, କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ପାଚନ ତନ୍ତ୍ର ମଜଭୁତ ହୋଇଥାଏ।ଛତୁଆ ଯକୃତ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏଥରେ ଯଥେଷ୍ଟ ମାତ୍ରାରେ ପ୍ରୋଟିନ ରହିଥାଏ। ଖରା ଦିନେ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ବଦଳରେ ଛତୁଆ ଖାଇବା ଉଚିତ।

ଖରା ଦିନେ ଶରୀରରେ ଜଳୀୟ ଅଂଶର ଅଭାବ ପରିଲକ୍ଷିତ ହୋଇଥାଏଏ। ଝାଡା ଓ ବାନ୍ତି ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇଥାଏ। ଠିକ ଭାବେ ପାଣି ନ ପିଇବା ଦ୍ବାରା ପେଟ ସମସ୍ୟା ହୋଇଥାଏ। ତେଣୁ ଖରା ଦିନେ ପେଟକୁ ଥଣ୍ଡା ରଖିବା ପାଇଁ ଓ ଶରୀରକୁ ଶୀତଳ କରିବା ପାଇଁ ଛତୁଆ ଖାଇବା ଉଚିତ।

ଖରା ଦିନେ ମୋଟା ଲୋକଙ୍କ ପାଇଁ ସମସ୍ୟା ଅଧିକ ବଢି ଯାଇଥାଏ। ତେଣୁ ଛତୁଆ ଖାଇବା ଦ୍ୱାରା ମୋଟାପଣ କମ ହୋଇଥାଏ। ଚଣା ବା ବୁଟର ଛତୁଆ ଖାଇବା ଦ୍ୱାରା ଭୋକ ସମସ୍ୟା ଦୂର ହୋଇଥାଏ। ଏହା ଶରୀରରେ ଡାଏଟ୍ ପରି କାର୍ଯ୍ୟ କରିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button