ସ୍ୱାସ୍ଥ୍ୟ

ସହଜ ରୋଗ ଆରୋଗ୍ୟ ଉପାୟ

ଆଓରି(୨୪|୪)-

ମୁଣ୍ଡବ୍ୟଥା – ମୁଣ୍ଡ ବଥାଇଲେ ଦୁଇହାତର କହୁଣି ଉପରେ କନାଧଡି  କିମ୍ବା ଦଉଡି ଦ୍ୱାରା ଜୋର ରେ ବାନ୍ଧି ରଖିଲେ  ପାଞ୍ଚ ସାତ ମିନିଟ ମଧ୍ୟରେ ମୁଣ୍ଡବ୍ୟଥା ଆରୋଗ୍ୟ ହୋଇଯିବ |  ଏଭଳି ଦୃଢ ଭାବରେ ବାନ୍ଧିବା ଉଚିତ ଯେପରି ରୋଗୀର ହାତରେ ବେଦନା ଅନୁଭୂତ ହେବ | ଯନ୍ତ୍ରଣା ଆରୋଗ୍ଯ ହେବ ପରେ ବନ୍ଧନ ଫିଟାଇ ଦେବା ଉଚିତ |


ଦାନ୍ତ ରୋଗ – ପ୍ରତିଦିନ ଯେତେ ଥର ମଳମୁତ୍ର ପରିତ୍ୟାଗ କରିବ, ସେହି ସମୟରେ ଉପର ତଳ ଦୁଇ ପାଟିର ଦାନ୍ତକୁ ଏକତ୍ର କରି ଟିକିଏ ଜୋରରେ ଚାପି ଧରି ରଖିବେ | ମଳମୁତ୍ର ନିଃଶରଣ ଶେଷ ହେବ ପର୍ଯ୍ୟନ୍ତ ଏପରି ରଖିବେ | ଦୁଇ ଚାରି ଦିନ ପର୍ଯ୍ୟନ୍ତ ଏପରି ଅଭ୍ୟାସ କଲେ ଶିଥିଳ ଦାନ୍ତ ମୂଳ ଦୃଢ ହେବ ,ଦାନ୍ତରୁ ରକ୍ତ ବାହାରିବ ନାହିଁ  ଏବଂ ଦାନ୍ତ ପୀଡା ହେବାର ଭୟ ଓ ରହିବ ନାହିଁ |


ବାତ ରୋଗ- ପ୍ରତିଦିନ ଆହାର କରିବା ପରେ  ପାନିଆରେ ମୁଣ୍ଡ କୁଣ୍ଡାଇବେ | ଏହିପରି ଭାବରେ ପାନିଆରେ ମୁଣ୍ଡ କୁଣ୍ଡାଇବେ ଯେ , ଯେପରି ପାନିଆର ଦାନ୍ତ ଗୁଡିକ ମସ୍ତକରେ ସ୍ପର୍ଶ କରିବ | ଏହି  ସମୟରେ ବିରାସନରେ  ଉପବେଶନ କରିବେ | ଅର୍ଥାତ ପଦ ଦୁଇଟିକୁ ପଛଆଡକୁ ବୁଲାଇ ମୋଡି ରଖି ତାହାଉପରେ ଚାପି ହୋଇ ବସିବେ | ଏହିପରି ପନ୍ଦର ମିନିଟ ବିରାସନରେ  ବସି ମୁଣ୍ଡ କୁଣ୍ଡାଇ ବାକୁ ହେବ | ପ୍ରତିଦିନ ଦୁଇବେଳା ଆହାର ପରେ ଏହିପରି ଅଭ୍ୟାଶ କଲେ ଯେତେଦିନର ବାତ ରୋଗ ଥିଲେ ମଧ୍ୟ ଧୀରେ ଧୀରେ ଆରୋଗ୍ୟ ହୋଇଯିବ | 

Related Articles

Leave a Reply

Your email address will not be published. Required fields are marked *

Back to top button