ତାଇୱ୍ୱାନରେ ଭୂକମ୍ପ : ୪ ମୃତ, ୧୪୫ ନିଖୋଜ
1 min read
ତାଇଓ୍ବାନ, ୭।୨: ତାଇଓ୍ବାନର ପର୍ଯ୍ୟଟନ ସହର ହୁଆଲିଏନ୍ରେ ଭୂକମ୍ପ ରିକ୍ଟର ସ୍କେଲ ତୀବ୍ରତା ୬.୪ ଅନୁଭୁତ ହୋଇଛି। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୪୫ ଜଣ ଲୋକ ନିଖୋଜ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିରେ ୨୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୂକମ୍ପ ଯୋଗୁ ହୁଆଲିଏନ୍ ସହରର ଅନେକ ବିଲ୍ଡିଂ ଭାଙ୍ଗିରୁଜି ଯାଇଛି। ମାଟି ତଳେ ଅନେକ ଲୋକ ପୋତିହୋଇ ରହିଥିବାର ଆଶଙ୍କା କରାଯାଉଛି। ମୃତାହତଙ୍କ ପ୍ରକୃତ ସଂଖ୍ୟା ଉଦ୍ଧାର କାର୍ଯ୍ୟ ଶେଷ ପରେ ଜଣାପଡିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି।