ଜାତୀୟ

ଦିଲ୍ଲୀରେ ପ୍ରଦୂଷଣ ପ୍ରଭାବରୁ ପରିବର୍ତ୍ତନ ହେଉଛି ତାଜମହଲ ରଙ୍ଗ

ଆଓରି-ନୂଆଦିଲ୍ଲୀ(୨୩/୧୨) : ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢୁଥିବାରୁ ଏହାର ପ୍ରଭାବ ତାଜମହଲ ଉପରେ ପଡିଥିବା ଦେଖିବାକୁ ମିଳିଛି। ସମୟକ୍ରମେ ମାର୍ବଲରେ ତିଆରି ତାଜମହଲ ଉପରେ ଏକ ପ୍ରକାର ଆସ୍ତରଣ ବସିଯିବାରୁ ଏହାର ରଙ୍ଗ ପରିବର୍ତ୍ତନ ହୋଇ ଯାଇଥିବା କୁହାଯାଉଛି। ଏହାକୁ ନେଇ ଲୋକ ସଭାରେ ପ୍ରଶ୍ନ ଉଠିବାରୁ ଏହାର ଉତ୍ତର ରଖିଛନ୍ତି ପରିବେଶ ମନ୍ତ୍ରୀ  ମହେଶ ଶର୍ମା। ଶୁକ୍ରବାର ସେ ଏହି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସ୍‌ଆଇ) ଏହାକୁ ବୈଜ୍ଞାନିକ ପଦ୍ଧତିରେ ସଫା କରିବାର ବ୍ୟବସ୍ଥା କରୁଛି। ଇତିମଧ୍ୟରେ କିଛି ଅଂଶ ମଧ୍ୟ ସଫା ସରିଥିବା ସେ କହିଛନ୍ତି। ଯମୁନାର ପ୍ରଦୂଷିତ ଜଳ ପାଇଁ ମଧ୍ୟ ବିଶ୍ୱପ୍ରସିଦ୍ଧ ତାଜମହଲ ସମୟ କ୍ରମେ ଦୁର୍ବଳ ହୋଇଯାଉଥିବା ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button