ଓୟୁଏଟି କୁଳପତି ଭାବରେ ନିଯୁକ୍ତ ହେଲେ ଡ. ପବନ କୁମାର ଅଗ୍ରୱାଲ
1 min read
ଆଓରି-ନୂଆଦିଲ୍ଲୀ(୦୨/୦୫) : ନୂଆଦିଲ୍ଲୀ ଜାତୀୟ କୃଷି ବିଜ୍ଞାନ କୋଷର ସହକାରୀ ଉପ-ମହାନିର୍ଦ୍ଦେଶକ ଡ଼. ପବନ କୁମାର ଅଗ୍ରୱାଲ ଓଡିଶା କୃଷି ଓ ବୈଷିକ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତି ପାଇଛନ୍ତି। କଳାହାଣ୍ଡି ଜିଲ୍ଲାର ଜୁନାଗଡରେ ୧୯୬୪ରେ ଜନ୍ମ ଗ୍ରହଣ କରିଥିବା ଡ. ଅଗ୍ରୱାଲ ଓୟୁଏଟିରୁ କୃଷି ବିଜ୍ଞାନରେ ସ୍ନାତ୍ତକ ଡିଗ୍ରୀ ହାସଲ କରିବା ପରେ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଏବଂ ପି.ଏଚଡି ଡିଗ୍ରୀ ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତ୍ତକ ଡିଗ୍ରୀ ହାସଲ କରିଛନ୍ତି।
ଜାତୀୟ କୃଷି ଗବେଷଣା ପରିଚାଳନା ପ୍ରତିଷ୍ଠାନ, ହାଇଦ୍ରାବାଦରୁ ବୈଜ୍ଞାନିକ ଭାବେ ଡ. ଅଗ୍ରୱାଲ ନିଜ କର୍ମମୟ ଜୀବନ ଆରମ୍ଭ କରି ଜାତୀୟ କୃଷି ବିଜ୍ଞାନ କୋଷ, ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଭଳି ଲବ୍ଧ ପ୍ରତିଷ୍ଠିତ ଅନୁଷ୍ଠାନଗୁଡିକରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ସର୍ଦ୍ଦାର ଇକବାଲ ସିଂହ ସ୍ଵର୍ଣ ପଦକ ବିଜେତା ଡ. ପବନ କୁମାର ଅଗ୍ରୱାଲ ଖୁବ ଶୀଘ୍ର କୁଳପତି ପଦରେ ଯୋଗ ଦେବେ ବୋଲି ଜଣାପଡିଛି।