ବିଶେଷ

ଦକ୍ଷିଣ ଦିଗରେ ଏହି ଦ୍ରବ୍ୟ କେବେ ବି ରଖନ୍ତୁ ନାହିଁ

ନୂଆ ଘର ତିଆରି କରିବା ପାଇଁ ବାସ୍ତୁର ଧ୍ୟାନ ରଖିବା ନିହାତି ଆବଶ୍ୟକ ଅଟେ। ଘରର ମୁଖ୍ୟ ଦ୍ୱାର ଯେଉଁ ଦିଗରେ ରଖିବା ତାହାର ପ୍ରଭାବ ଆମ ଜୀବନରେ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗରେ ଘରର ମୁଖ୍ୟ ଦ୍ୱାର କରନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ। ଦକ୍ଷିଣ ଦିଗରେ ଏପରି କିଛି ଦ୍ରବ୍ୟ ରଖିବା ଦ୍ୱାରା ଘରର ସଦସ୍ୟମାନଙ୍କୁ ଅନେକ ଅସୁବିଧାର ସମ୍ମଖୀନ ହେବାକୁ ପଡିଥାଏ। ଆସନ୍ତୁ ଜାଣିବା ଦକ୍ଷିଣ ଦିଗରେ କେଉଁ ବସ୍ତୁ ରଖିବା ଅନୁଚିତ..

ଘରର ଦକ୍ଷିଣ ଦିଗରେ କେବେ ବି ଘଣ୍ଟା ଲଗାନ୍ତୁ ନାହିଁ। କାରଣ ଏପରି କରିବା ଦ୍ୱାରା ଘରର ମୁଖିଆଙ୍କ ଦେହ ବାରମ୍ବାର ଖରାପ ହୋଇଥାଏ।
ଦକ୍ଷିଣ ଦିଗରେ ଅଗ୍ନି ପ୍ରତିନିଧିତ୍ୱ କରିଥାଏ। ତେଣୁ ଏହି ଦିଗରେ ଫ୍ରିଜ ରଖନ୍ତୁ ନାହିଁ।

 

ଯେଉଁଥିରେ ଟଙ୍କା, ସୁନା ଗହଣା ରଖୁଛନ୍ତି ସେହି ଦ୍ରବ୍ୟକୁ କେବେ ମଧ୍ୟ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ। ଦକ୍ଷିଣ ଦିଗରେ ଆଲମାରୀ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡିବ ନାହିଁ।

ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗରେ ଆକ୍ୱାରିୟମ ରଖିବା ଦ୍ୱାରା ଘରେ ଧନର ଅଭାବ ରହି ନଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button