March 27, 2023

ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଦେଶରେ ଘରୋଇ ବିମାନ ସେବା

1 min read

ଆଓରି-ନୂଆଦିଲ୍ଲୀ(୨୦/୦୫) : ଆସନ୍ତା ୨୫ ତାରିଖରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ଵୀପ ସିଂହ ପୁରୀ ଘୋଷଣା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ଯେ ଆସନ୍ତା ୨୫ ତାରିଖରୁ ବିମାନ ଚଳାଚଳ କରିବା ନିଷ୍ପତ୍ତି ନେଇଛୁ । ବିମାନ ସେବା ଆରମ୍ଭ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ବିଭିନ୍ନ ବିମାନ କମ୍ପାନୀ ଓ ଏୟାରପୋର୍ଟ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ତେବେ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଏସଓପି ପାଳନ କରାଯିବ । ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

ସୂଚନାନୁସାରେ, କରୋନା ଲକଡାଉନ ମଧ୍ୟରେ ପୂର୍ବରୁ ମେ’ ୧୫ ସୁଦ୍ଧା ଓ ପରେ ୧୯ ତାରିଖରୁ ବିମାନ ଉଡିବ ବୋଲି ଘୋଷଣା କରାଯାଇଥିଲା । ତେବେ କରୋନା ଲକଡାଉନ ଯୋଗୁଁ ଏହା ସମ୍ଭବପର ହୋଇପାରିନଥିଲା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.