ଦରକାରଠାରୁ ଅଧିକ ପାଣି ପିଅନ୍ତୁ ନାହିଁ, ଉପୁଜିପାରେ କିଡ୍ନୀ ସମସ୍ୟା
1 min read
ଆଓରି-ଭୁବନେଶ୍ଵର(୨୬/୦୯): ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଦିନକୁ ୮-୧୦ଗ୍ଲାସ ପାଣି ନିହାତି ପିଇବା ଆବଶ୍ୟକ । କିନ୍ତୁ ବେଳେ ବେଳେ ଅଧିକ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ଅନେକ ଶରୀରିକ ସମସ୍ୟା ଦେଖା ଯାଇଥାଏ । ଦିନକୁ ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା କିଡ୍ନୀକୁ ଦରକାରଠାରୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହା ଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ….
୧. ଅଧିକ ପାଣି ପିଇଲେ ଓଭରହାଇଡ୍ରେସନର ସମସ୍ୟା ଦେଖା ଯାଇଥାଏ । ଯାହାର ସିଧା ପ୍ରଭାବ କିଡ୍ନୀ ଉପରେ ପଡ଼ିଥାଏ । କିଡ୍ନୀ ଶରୀରରେ ପାଣିକୁ ସୁଦ୍ଧ କରିବାର କାମ କରିଥାଏ । ଅଧିକ ପାଣି ପିଇବା ଦ୍ୱାରା କିଡ୍ନୀ ସବୁ ପାଣିକୁ ଶରୀରରୁ ବାହାର କରି ପାରି ନଥାଏ । ଯାହାଦ୍ୱାରା କିଡ୍ନୀ ଉପରେ ଚାପ ପଡ଼ିବା ଆରମ୍ଭ ହୋଇ ଯାଇଥାଏ ।
୨. ଅଧିକ ପାଣି ପିଇବା ଦ୍ୱାରା ରକ୍ତର ଘନତ୍ୱ ବଢ଼ିଥାଏ । ଯାହାଦ୍ୱାରା ହୃଦ୍ଜନିତ ସମସ୍ୟା ହେବାର ଆଶଙ୍କା ବଢ଼ି ଯାଇଥାଏ ।