ଦିଦି ଜାରି କଲେ ଫତଓ୍ୱା ! ଜୟ ବାଂଲା, ଜୟ ହିନ୍ଦ’
1 min read
Sreerampur: West Bengal Chief Minister and TMC chief Mamata Banerjee addresses a public rally ahead of the 2019 Lok Sabha elections, at Sreerampur in West Bengal's Hooghly on April 24, 2019. (Photo: IANS)
ଆଓରି-ଭୁବନେଶ୍ଵର:(୦୧/୦୬) ‘ଜୟ ଶ୍ରୀରାମ’ ନାରା ଶୁଣି ରାଗି ଯାଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତୃଣମୂଳ କଂଗ୍ରେସର ଦଳୀୟ କର୍ମକର୍ତ୍ତାଙ୍କ ଲାଗି ଏକ ନୂଆ ନାରା ଜାରି କରିଛନ୍ତି। ତୃଣମୂଳ କଂଗ୍ରେସ ପକ୍ଷରୁ ଆଧିକାରୀକ ଭାବେ କୁହାଯାଇଛି କି, ଦଳର କାର୍ଯ୍ୟକର୍ତ୍ତା ଫୋନ୍ ଉଠାଇଲେ, ପ୍ରଥମ ସମ୍ଭାଷଣ ଭାବେ ‘ହାଲୋ’ ବଦଳରେ ‘ଜୟ ବାଂଲା, ଜୟ ହିନ୍ଦ’ କହିବେ । ତୃଣମୂଳ କଂଗ୍ରେସ ପକ୍ଷରୁ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୋଟିସ୍ ଜାରି କରି କୁହାଯାଇଛି କି, ଏବେ କାର୍ଯ୍ୟକର୍ତ୍ତା ଫୋନରେ ‘ହାଲୋ’ ସ୍ଥାନରେ ‘ଜୟ ବାଙ୍ଗଲା, ଜୟ ହିନ୍ଦ’ର ବ୍ୟବହାର କରିବେ ।
ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ମମତା ବାନାର୍ଜୀଙ୍କ ସାମନାରେ କିଛି ଲୋକ ଜୟ ଶ୍ରୀରାମ ନାରା ଲଗାଇଥିଲେ । ଏଥିରେ ମମତା ଉତକ୍ଷିପ୍ତ ହୋଇ ଉଠିଥିଲେ ଏବଂ ସେମାନଙ୍କୁ ବିଜେପି ଗୁଣ୍ଡା ବୋଲି କହିଥିଲେ । ଏଥିସହ ଚମଡା ଉତାରି ଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।