ନୀତି ବଚନ
1 min read
ଆ.ଓ.ରି(୧୭|୫)–
୧) ଗୁରୁ ବୁଦ୍ଧିମାନ୍ ଛାତ୍ରକୁ ଯେପରି ବିଦ୍ୟା ଦାନ କରନ୍ତି, ଜଡ଼ ଛାତ୍ରକୁ ମଧ୍ୟ ସେହିପରି ବିଦ୍ୟାଦାନ କରନ୍ତି। କିନ୍ତୁ ସେ ଦୁହିଁଙ୍କର ବିଦ୍ୟା ଗ୍ରହଣରେ ଶକ୍ତି ଦାନ ବା ଶକ୍ତି ନାସ କରନ୍ତି ନାହିଁ। ବିଶୁଦ୍ଧ ମଣି ପ୍ରତିବିମ୍ବ ଗ୍ରହଣ କରିବାକୁ ସମର୍ଥ କିନ୍ତୁ ମାଟିଗଦା ପ୍ରତିବିମ୍ବ ଗ୍ରହଣ କରିବାକୁ ସମର୍ଥ ନୁହେଁ। ବିଦ୍ୟା ଗ୍ରହଣ କରିବାର ସାମର୍ଥ୍ୟ ବା ବୁଦ୍ଧି ଉପରେ ତାହା ନିର୍ଭର କରେ।
୨) ଅନ୍ୟର ସ୍ତ୍ରୀକୁ ଯେ ମାତୃ ପରି ସମ୍ମାନ ଦିଏ, ଅନ୍ୟର ବସ୍ତୁକୁ ଟେକାପଥର ପରି ଆକର୍ଷଣହୀନ ବୋଲି ବିଚାର କରେ ଓ ନିଜକୁ ଅନ୍ୟମାନଙ୍କ ସହ ସମାନ ବୋଲି ମନେକରେ , ସେହି ବ୍ୟକ୍ତି ପ୍ରକୃତରେ ପଣ୍ଡିତ ପଦବାଚ୍ୟ।
୩) ବିଦ୍ୟାହୀନ ହୋଇ ଗର୍ବ କରିବା, ଦରିଦ୍ର ହୋଇ ବଡ଼ ବଡ଼ ଯୋଜନା କରିବା, ଅଳସୁଆ ହୋଇ ଧନ କାମନା କରିବା ମନୁଷ୍ୟକୁ ପଣ୍ଡିତ ମାନେ ମୂର୍ଖ ବୋଲି କହିଥାନ୍ତି।