May 20, 2024

ଦେଢ ଲକ୍ଷ କୋଟି ପର୍ଯ୍ୟନ୍ତ ଋଣ ଭାର ପହଞ୍ଚାଇ ଶାସକ ଦଳର ଚେଲାଙ୍କୁ ପୋଷୁଛନ୍ତି ରାଜ୍ୟ ସରକାର ; ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan-At-Nabarangpur-Aajira-Odisha

ଆଓରି-ଭୁବନେଶ୍ଵର(୨୭/୦୧) :  ରାଜ୍ୟରେ ଋଣ ଭାର ବଢୁଛି । ଋଣ କରି ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ଘୋଷଣା କରୁଛନ୍ତି । ଏଭଳି ତମାମ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଓଡିଶା ପାଖାପାଖି ୧ ଲକ୍ଷ କୋଟି ଟଙ୍କା ଋଣଭାରରେ ଭାରି ହୋଇଗଲାଣି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ଯେଉଁମାନେ ୧୯ ବର୍ଷରୁ ଅଧିକ ଶାସନର ଦାୟିତ୍ୱରେ ରହିବା ପରେ ଲୋକମାନଙ୍କୁ ସ୍ୱଚ୍ଛ ପିଇବା ପାଣି ଦେଲେ ନାହିଁ । ଜମିକୁ ଜଳ ଦେଲେ ନାହିଁ । ଡାକ୍ତର ବ୍ୟବସ୍ଥା କଲେ ନାହିଁ, ବୋରୋଜଗାରୀ ବଢାଇଲେ, ନବରଙ୍ଗପୁରରେ ପିସି ଓ ଦୁର୍ନୀତି କାରବାରକୁ ବଢାଇଲେ । ଏବେ ବୁଢା ବାଘ ଭଳି ଶେଷ ୧୦୦ ଦିନରେ ଓଡିଶାର ଲୋକଙ୍କ ମୁଣ୍ଡରେ ଋଣ ଭାର ବଢାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

୧ ଲକ୍ଷ  କୋଟି ଟଙ୍କାରୁ ଦେଢ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଭାର ପହଞ୍ଚାଇ ଶାସକ ଦଳର ଚେଲାଙ୍କୁ କାଳିଆ ଯୋଜନାରେ ପୋଷିବାର ଏକ ଅଭିନବ ଉପାୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବରଙ୍ଗପୁରରେ ଆୟୋଜିତ #jababmaguchiodisha ଜବାବ୍ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଜି ଓଡିଶାର ପରିବର୍ତ୍ତିତ ପାଗରେ ଓଡିଶାର ଭବିଷ୍ୟତର ପରିବର୍ତ୍ତନ ଦେଖାଯାଇଛି । ୧୯ ବର୍ଷର ଶାସନ ପରେ ନବରଙ୍ଗପୁରରର ଯୁବକ ବାହାର ରାଜ୍ୟକୁ ଖଟିବାକୁ ଯାଉଛି । ଏହି ଜିଲ୍ଲା ତେଲ ନଦୀ, ଇନ୍ଦ୍ରାବତୀ ନଦୀର ଉପତ୍ୟାକା ଅଂଚଳରେ ମଧ୍ୟ ଜଳସେଚନ ହୋଇପାରୁ ନାହିଁ । ରାଜ୍ୟ ସରକାର ରାଜ୍ୟ ତଥା ନବରଙ୍ଗପୁର ଜିଲ୍ଲାରେ ୩୫ ଭାଗ ଜମିରେ ଜଳ ସେଚନ ହେବାର ପ୍ରତିଶ୍ରୁତି ଦେଇ ମଧ୍ୟ ପ୍ରତିଶ୍ରୁତି ପୂରଣ କରନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଧର୍ମେନ୍ଦ୍ର ।

ଇନ୍ଦ୍ରାବତୀ-କୋଲାବ ଅବବାହିକା ଅଧୀନସ୍ଥ ନବରଙ୍ଗପୁର ଜଳସେଚନ ଡିଭିଜନରେ ୨୪ କୋଟି ଟଙ୍କାର ଏକ ପ୍ରକଳ୍ପରେ ଜାଲିଆତି ହୋଇଥିବା ଘଟଣା ଖବର କାଗଜରେ ପ୍ରକାଶିତ ହୋଇଛି । ଇନ୍ଦ୍ରାବତୀର ଜଳସେଚନ ପ୍ରକଳ୍ପ ପାଇଁ ୨୪ କୋଟି ଟଙ୍କାର ଟେଣ୍ଡର ହେଲା । ଟେଣ୍ଡରର ସର୍ତ୍ତ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ପରେ ଏହାକୁ ବଦଳାଗଲା । ତେବେ କଣ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ଟେଣ୍ଡର ସର୍ତ୍ତକୁ ପରିବର୍ତ୍ତନ କରାଗଲା ରାଜ୍ୟ ସରକାରଙ୍କୁ ଏହାର ଜବାବ ମାଗିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ନବରଙ୍ଗପୁର ଏକ କୃଷି ପ୍ରଧାନ ଅଞ୍ଚଳ । ଏ ଅଞ୍ଚଳରେ ଚିନି, ମକା ଶିଳ୍ପର ଆଶ୍ୱସନା ଦିଆଯାଇଛି । ଏଠାକାର ବିଧାୟକଙ୍କ ସ୍ତ୍ରୀଙ୍କ ନାମ ଜାତୀୟ ଖାଦ୍ୟ ସୁରକ୍ଷାର ହିତାଧିକାରୀ ତାଲିକାରେ ଥିଲା । ଏଠାକାର ବିଧାୟକ ମଙ୍ଗଳମ୍ ଟିମ୍ବରର ଶ୍ରମିକ ସଂଘର ଉପଦେଷ୍ଟା । ମାତ୍ର ମଙ୍ଗଳମ ଟିମ୍ବରର୍ ଏ ଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ । ଜିଲ୍ଲାର ଏକମାତ୍ର ଏହି ଶିଳ୍ପ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କ ସ୍ଥାଣୁ, ଅପାରଗତା, ଦୁର୍ନୀତି କାରଣରୁ ବନ୍ଦ ହେବାକୁ ଯାଉଛି । ମଙ୍ଗଳମ୍‌ ଟିମ୍ବର କାହିଁକି ବନ୍ଦ ହେଲା ଏହାର ଜବାବ ନବରଙ୍ଗପୁରବାସୀ ମାଗିବା ଦରକାର ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

ବିଦେଶରୁ ପେଟ୍ରୋଲ, ଡିଜେଲ୍ ଆମଦାନୀ ଆମକୁ କରିବାକୁ ପଡୁଛି । ମକାରୁ ପେଟ୍ରୋଲ ଭଳି ଇନ୍ଧନ ତିଆରି କରାଯାଇପାରିବ । ଓଡିଶାରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲେ ନବରଙ୍ଗପୁର ଜିଲ୍ଲାର ଆବଶ୍ୟକତାକୁ ପୂରଣ କରିବା ପାଇଁ ମକାରୁ ପେଟ୍ରୋଲ ଭଳି ଇନ୍ଧନ ତିଆରି କରିବାର କାରଖାନା ଏଠାରେ ପ୍ରତିଷ୍ଠା କରାଯିବାର ଦାୟିତ୍ୱ ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ଧାନ କିଣିବା ପାଇଁ କ୍ୱିଣ୍ଟାଲ ପିଛା ପ୍ରଧାନମନ୍ତ୍ରୀ ୧୭୦୦ ଟଙ୍କା ଦେଲେ । କିନ୍ତୁ ରାଜ୍ୟ ସରକାର ହାତ ଗୁଞ୍ଜା ପାଇଁ ଧାନ ଦଲାଲଙ୍କ ମାଧ୍ୟମରେ ଚାଷୀଙ୍କ ଠାରୁ ୧୨୦୦ ଟଙ୍କାରେ ଧାନ କିଣିଲେ ।

ନବରଙ୍ଗପୁର ଅଞ୍ଚଳରେ ପିଇବା ପାଣି ପହଞ୍ଚିନାହିଁ । ମୋଦି ସରକାର ଓଡିଶାରେ ହେଲେ ପିଇବା ପାଣି ପହଞ୍ଚିବ । ଯେଉଁ ସରକାର ୧୯ ବର୍ଷ ଶାସନ ପରେ ବି ମା, ମହିଳା ମାନଙ୍କୁ ସ୍ୱଚ୍ଛ ପିଇବା ପାଣି ପହଞ୍ଚେଇ ପାରେ ନାହିଁ ସେ ସରକାରକକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଏହି ଅଞ୍ଚଳର ସ୍କୁଲ ମାନଙ୍କରେ ଶିକ୍ଷକ ନାହାନ୍ତି । ହକି ଖେଳରେ ସଲମାନ୍ ଖାନ୍ ଓ ଶାହାରୁଖ ଖାନଙ୍କୁ ନଚେଇବା ପାଇଁ ନବୀନ ବାବୁଙ୍କ ପାଖରେ ପଇସା ଅଛି କିନ୍ତୁ ଗରୀବ ପିଲାଙ୍କ ଭବିଷ୍ୟତ ଉଜ୍ଜଳ ହେଉ ବୋଲି ନବୀନ ସରକାର ଚାହୁନାହାନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

ମୋଦି ସରକାର ଏ ଅଞ୍ଚଳର ମହିଳାଙ୍କ ସମ୍ମାନ ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖିଅଢେଇ ଲକ୍ଷ ଘରେ ପାଇଖାନା ନିର୍ମାଣ ପାଇଁ ଟଙ୍କା ପଠାଇଲେ । ଏହାସତ୍ତ୍ୱେ ଆଜି ନବରଙ୍ଗପୁରରେ ୧୦୦ରେ ୩୧ ଜଣଙ୍କ ଘରେ ନବୀନ ବାବୁ ପାଇଖାନା ବସାଇ ନାହାନ୍ତି । ଏଥିରେ ଦିଲ୍ଲୀକୁ ନବୀନ ବାବୁ ବକେୟା ପଇସା ହିସାବ ନେବାକୁ ଯାଉଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି ।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.