ରାଜ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓବିସି ସାଂସଦ

ଆଓରି-ନୂଆଦିଲ୍ଲୀ(୮/୮) : ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସାଂସଦ ଏବଂ ନେତାମାନଙ୍କର ଏକ ପ୍ରତିନିଧି ଦଳ ମଙ୍ଗଳବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ) ସନ୍ତୋଷ ଗଙ୍ଗୱାର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିଥିବାରୁ ଏହି ପ୍ରତିନିଧିଦଳ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରତିନିଧି ଦଳର ସଦସ୍ୟମାନେ କହିଥିଲେ ଯେ, ଏହି ଐତିହାସିକ ପଦକ୍ଷେପ ଓବିସି ସମୁଦାୟକୁ ସୁଦୃଢ଼ କରିବ। ସେମାନଙ୍କ ପ୍ରଶଂସାସୂଚକ ଶବ୍ଦ ଏବଂ ସମର୍ଥନ ଲାଗି ପ୍ରଧାନମନ୍ତ୍ରୀ ଏହି ପ୍ରତିନିଧି ଦଳକୁ କୃତଜ୍ଞତା ଜଣାଇଥିଲେ। ତୃଣମୂଳ ସ୍ତରରୁ ଓବିସି ସମୁଦାୟଙ୍କ କଲ୍ୟାଣ ଲାଗି କାର୍ଯ୍ୟ ଜାରି ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ଏହି ପ୍ରତିନିଧିଦଳକୁ ଉତ୍ସାହିତ କରିଥିଲେ।

ଗତ ଦୁଇଦିନ ତଳେ ଶ୍ରୀ ପ୍ରଧାନ ଓଡିଶା ଗ୍ରସ୍ଥରେ ଯାଇ ଅନୁସୂଚିତ ଜାତି ଓ ଜନଜାତିଙ୍କ ସମସ୍ୟା ନେଇ ସୋସିଆଲ୍‌ ମିଡିଆରେ ରାଜ୍ୟ ସରକାରଙ୍କୁ ଭତ୍ସନା କରିଥିଲେ |ରାଜ୍ୟରେ ଅନୁସୂଚିତ ଜନଜାତି ବର୍ଗରେ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତା ରାଜ୍ୟର ହାରାହାରି ଠାରୁ ଯଥେଷ୍ଟ ଉପରେ ରହି ୬୩ ପ୍ରତିଶତରୁ ଅଧିକ ରହିଛି । ସେହିପରି ୫ ବର୍ଷରୁ କମ୍ ପିଲାମାନଙ୍କ କ୍ଷେତ୍ରରେ ରକ୍ତହୀନତାର ଶୀକାର ୫୮ପ୍ରତିଶତରୁ ଅଧିକ ରହିଛି |  ଏହି ଅଂଚଳରେ ଡାକ୍ତରଖାନାରେ ପ୍ରସବ ସଂଖ୍ୟା ରାଜ୍ୟ ହାର ଠାରୁ ଯଥେଷ୍ଟ କମ୍ ରହିଛି ଏହି ଘଟଣାକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି କହି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କ୍ଷୋଭ ପ୍ରକାଶ କରିଥିଲେ | ଓବିସି ସମୁଦାୟକୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇବା ଲାଗି ପ୍ରତିନିଧି ଦଳକୁ ଆହ୍ୱାନ କରିବା ସହିତ  ସମସ୍ତ ସମସ୍ୟାର ସମାଧାନ ହେବାପାଇଁ ପ୍ରତିଶ୍ରୁତି ଦେବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button