April 20, 2024

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ହେବେ ; ଜୁଏଲ ଓରାମ

1 min read
Juel-Oram-Aajira-Odisha

ଆଓରି-ଭୁବନେଶ୍ଵର(୨୭/୧୧) : ପ୍ରଶାସକ ଅପରାଜିତା ଷଡଙ୍ଗୀ ରାଜନୀତିରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ତେବେ ଆଜି ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ହେବେ ବୋଲି କହିଛନ୍ତି ଜୁଏଲ ଓରାମ । ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ୨୦୧୯ ନିର୍ବାଚନ ଲଢିବ ଦଳ । ସେ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

ମୁଖ୍ୟମନ୍ତ୍ରୀ ଯିଏ ବି ହେଉନା କାହିଁକି ଓଡିଶାରୁ ନବୀନ ସରକାର ଓ ତାମିଲ ଶାସନ ଶେଷ ହେବା ଦରକାର ବୋଲି ଜୁଏଲ ଓରାମ କହିଛନ୍ତି । ଗତକିଛି ଦିନ ତଳେ ଅପରାଜିତା ତାଙ୍କ ପଦରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଲାଗିରହିଥିଲା । ଏପରିକି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱ ନେଇ ଚର୍ଚ୍ଚା ଲାଗିରହିଥିଳା । ତେବେ ଶେଷରେ ଏହି କଳ୍ପନାଜଳ୍ପନା ଉପରେ ବୟାନ ଦେଇ ଏହାର ଅନ୍ତ ଘଟାଇଛନ୍ତି ଜୁଏଲ ଓରାମ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.