ଜିଲ୍ଲାରାଜ୍ୟ

ଝାରସୁଗୁଡା ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ଟ୍ଵିଟ୍ କରି ସ୍ୱାଗତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୧୮/୯) : ସୋମବାର ଝାରସୁଗୁଡା ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ଓଡିଶା ବିଧାନେଭାର ସଂକଳ୍ପକୁ ଟ୍ଵିଟ୍ କରି ସ୍ୱାଗତ କରିଛନ୍ତି  କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଏହି ଟ୍ଵିଟ୍ ରେ କହିଛନ୍ତି “ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହେବାକୁ ଯାଉଥିବା ଝାରସୁଗୁଡା ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ଓଡିଶା ବିଧାନସଭାର ସଂକଳ୍ପକୁ ସ୍ୱାଗତ କରୁଛି । ସେ ଆହୁରି କହିଛନ୍ତି – ବୀର ସୁରେନ୍ଦ୍ର ସାଏ ଭାରତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ସଂଗ୍ରାମୀ ଓ ଓଡିଶାର ଗର୍ବ ଓ ଗୌରବ । ଓଡିଶାର ଏହି ମହାନ୍ ଯୋଦ୍ଧାଙ୍କ ନାମରେ ଝାରସୁଗୁଡା ବିମାନବନ୍ଦରକୁ ନାମିତ କରିବା ପାଇଁ ପ୍ରୟାସ କରିବି ।

Related Articles

Leave a Reply

Your email address will not be published. Required fields are marked *

Back to top button