ଅକ୍ଷୟ ଶକ୍ତିରୁ ଉର୍ଜାର ଆବଶ୍ୟକତା ପୂରଣ କରିବାକୁ ନେଇ ସନ୍ତୋଷ ସ୍ୱାଇଁଙ୍କ ଉଦ୍ୟମକୁ ପ୍ରସଂଶା କଲେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୧୦/୦୯) : ଆବଶ୍ୟକତା ଉଦ୍ଭାବନର ଜନକ । କମ୍ ଖର୍ଚ୍ଚରେ ଅଧିକ ଲାଭ । ଦେଶର ଚାହିଦାକୁ ଲକ୍ଷ୍ୟରେ ରଖି ଭୁବନେଶ୍ୱରର ସନ୍ତୋଷ ସ୍ୱାଇଁ ଅକ୍ଷୟ ଶକ୍ତିରୁ ଉର୍ଜା ସୃଷ୍ଟିର ପ୍ରୟାସକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶ ହାଇଡ୍ରୋକର୍ବନ ଉପରେ ନିର୍ଭଳଶୀଳ ଥିବା ବେଳେ ଅକ୍ଷୟ ଶକ୍ତିର ସୁବିନିଯୋଗକୁ ପ୍ରାଧାନ୍ୟ ଦେବା ଆବଶ୍ୟକ । ସେହିଭଳି ସୌର ଶକ୍ତିକୁ କମ୍ ଖର୍ଚ୍ଚରେ ରୋଷେଇ ଏବଂ ଅନ୍ୟାନ୍ୟ କ୍ଷତ୍ରରେ ବ୍ୟବହାର କରିବାର କୌଶଳକୁ ନେଇ ସନ୍ତୋଷଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଲେ ଶ୍ରୀ ପ୍ରଧାନ ।
କମ୍ ଖର୍ଚ୍ଚରେ ଆଲୋକିତ ହେଉଛି ଘର ଏବଂ ଚାଲୁଛି ରୋଷେଇ କାର୍ଯ୍ୟ । ସୁରକ୍ଷିତ ଏବଂ ଖର୍ଚ୍ଚ କାଟ ପଦ୍ଧତିରେ ବ୍ୟବହାର ହେଉଛି ସୌର ଶକ୍ତି । ଏକକାଳୀନ ୩୫,୦୦୦ ଟଙ୍କା ବିନିମୟରେ ପୂରଣ କରିହେବ ବିଦ୍ୟୁତ ଆବଶ୍ୟକତା । ଏମଳି କିଛି ନୂତନ କୌଶଳକୁ ଆପଣାଇଛନ୍ତି ଭୁବନେଶ୍ୱରର ସନ୍ତୋଷ ସ୍ୱାଇଁ ।
ସେ ଏକ ଅଭିନବ ଉପାୟରେ ବିନା ବ୍ୟାଟେରୀ ଚାଳିତ ସୋଲାର ପ୍ୟାନେଲର ଆବିଷ୍କାର କରିଛନ୍ତି । ଯେଉଁଥିରେ ବଲ ଜଳୁଛି, ଫ୍ୟାନ ଚାଲୁଛି ଆଉ ଜଳୁଛି ହିଟର । ବିଦ୍ୟୁତ୍ ଚାଳିତ ହିଟରରେ ଅଧିକ ଖର୍ଚ୍ଚ ହେଉଥିବା ବେଳେ ଏଥିରେ ବହୁ କମ ଖର୍ଚ୍ଚରେ ଏବଂ ବିପଦ ବିହିନ ଭାବେ ରୋଷେଇ କରିହେଉଛି । ଆବାଳ ବୃଦ୍ଧ ବନିତା ସମସ୍ତେ ନିର୍ଭୟରେ ଏହି ଶକ୍ତି ଚାଳିତ ସମସ୍ତ ସରଞ୍ଜାମ ବ୍ୟବହାର କରିପାରିବେ ବୋଲି ମଧ୍ୟ କହିଛନ୍ତି ସନ୍ତୋଷ ।