ଜାତୀୟ

ଭୁବନେଶ୍ୱର ସକ୍ଷମ ସାଇକ୍ଲୋଥନର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କମ ଇନ୍ଧନ ବ୍ୟବହାର ନେଇ ସାଧାରଣ ଜନତାଙ୍କ ମଧ୍ୟରେ ସଚେତଚନା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସକ୍ଷମ ସାଇକ୍ଲୋଥନ୍ ପତକା ଦେଖାଇ ଶୁଭାରମ୍ଭ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରତିଯୋଗିତାରେ ୧୦ ହଜାରରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ତୈଳ ମନ୍ତ୍ରଣାଳୟ, ତୈଳ ଉଦ୍ୟୋଗର ବରିଷ୍ଠ ଅଧିକାରୀ ମାନଙ୍କ ବ୍ୟତୀତ ବିଭିନ୍ନ କ୍ରୀଡା ବ୍ୟକ୍ତିତ୍ୱ ଯେପରି ପ୍ରଥମ ଓଡିଆ ଅର୍ଜୁନ ପୁରସ୍କାର ବିଜେତା,ମିନତୀ ମହାପାତ୍ର, ହକି ଖେଳାଳୀ ଭି.ଆର. ରଘୁନାଥ, ଆଥଲେଟ ଅମୀୟ କୁମାର ମଲିକ, କ୍ରିକେଟର ପରେଶ ପଟେଲ, ମୁନାଫ ପଟେଲ ଓଡିଆ ସିନେ ଷ୍ଟାର ମିହିର ଦାସ, ଅନୁ ଚୌଧୁରୀ, ସବ୍ୟସାଚୀ ମହାପାତ୍ର, ଅର୍ଚିତା ସାହୁ ସ୍କୁଲ, କଲେଜ ପିଲା ଓ ପେଶାଦାର ସାଇକେଲ ଚଳାଳୀ ମାନେ ଯୋଗ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସକ୍ଷମ ସଂକଳ୍ପ ପାଠ କରାଇବା ସହ ୧୧ କିମି ବିଶିଷ୍ଟ ସାଇକେଲ ଯାତ୍ରାର ନେତୃତ୍ୱ କରିଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ସାଇକେଲ ଚଳାଇବାର ଦ୍ୱାରା ଯେ କେବଳ ପରିବେଶକୁ ସୁରକ୍ଷା ହୁଏ ତା ନୁହେଁ ସ୍ୱାସ୍ଥ୍ୟ ଓ ଫିଟନେସ କ୍ଷେତ୍ରରେ ମଧ୍ୟ ଏହାର ଲାଭ ମିଳେ । ସମାଜକୁ ଭଲ କରିବା ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଆକାରରେ ଥିବା ଶକ୍ତିକୁ ଉପଯୁକ୍ତ ସଠିକ ଭାବେ ବ୍ୟବହାର କରାଯିବା ଆବଶ୍ୟକା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ମନ କି ବାତ କାର୍ଯ୍ୟକ୍ରମରେ ଦେଶର ଜନ ସାଧାରଣ ସପ୍ତାହରେ ଗୋଟିଏ ଦିନ ନିଜ ଗାଡିରେ ପେଟ୍ରୋଲ- ଡିଜେଲ ନ ବ୍ୟବହାର କରି ତୈଳ ସଂରକ୍ଷଣ ମାଧ୍ୟମରେ ଦେଶ ନିର୍ମାଣରେ ଯୋଗ ଦାନ ଦେବା ପାଇଁ ଆହ୍ୱାନ ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ଆଧାରରେ ଜନ ସଚେତନତା ସୃଷ୍ଟି ପାଇଁ ଏହି ଆୟୋଜନ କରା ଯାଉଛି ।
୩୩ କିମି ରେସରେ ତାମିଲନାଡୁର ରାଜେଶ ୧.୨୫ ଲକ୍ଷ ଟଙ୍କାର ପୁରସ୍କାର ଜିତିଥିଲେ । ସେହିପରି ଏଲିଟ (ମହିଳା) ବର୍ଗରେ ରୁତୁଜା ୧ ଲକ୍ଷ ଟଙ୍କାର ପୁରସ୍କାର ଜିତି ଥିଲେ । ବିଭିନ୍ନ ବର୍ଗରେ ୬ ଲକ୍ଷ ଟଙ୍କାର କ୍ୟାସ ପୁରସ୍କାର ପ୍ରଦାନ କରା ଯାଇଥିଲା । ଏହା ବ୍ୟତୀତ ଲକି ଡ୍ର ଜରିଆରେ ୫୦ ସାଇକେଲ ପ୍ରଦାନ କରା ଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button