ଜାତୀୟବ୍ୟକ୍ତିତ୍ଵ

୬ ଓଡ଼ିଆ ଝିଅଙ୍କୁ ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ଚଳିତ ସାଧାରଣତନ୍ତ୍ର ଦିବସରେ ମୋଟର ସାଇକେଲ ଚଲାଇ ଦୁଃସାହସିକ କଳା ନୈପୁଣ୍ୟ ପ୍ରଦର୍ଶନ କରିବାକୁ ଥିବା ସୀମା ଭବାନୀର ୬ ଓଡିଆ ଝିଅଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ସୋମବାର ଦିନ ବିଏସ୍‌ଏଫ୍‌ରେ କାମ କରୁଥିବା ଓଡିଆ ଝିଅ ମିତା, ଅନୁସୂୟା, ସୁକାମିନି, କ୍ରିଷ୍ଣା, ସୁବନ୍ତୀ ଓ ବନିତାଙ୍କୁ ସାକ୍ଷାତ କରି ଦେଶ ତଥା ଓଡ଼ିଶା ପାଇଁ ଗୌରବ ଆଣୁଥିବାରୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି ।
ଏହି ଓଡିଆ ଝିଅମାନେ ସେମାନଙ୍କର କଠିନ ପରିଶ୍ରମ, ସାହାସ ଓ ଦୁଃସାହସିକ ଭାବନାରେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବେ । ଓଡିଶାର ଏହି ସୁଯୋଗ୍ୟା ସନ୍ତାନମାନେ ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ଅନନ୍ୟ ସାହସ ପ୍ରଦର୍ଶନ କରୁଥିବାବେଳେ ଏହି ଘଟଣା ଇତିହାସ ରଚିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button