Uncategorizedଜାତୀୟ

ଜାପାନ ଓ ଅଷ୍ଟ୍ରେଲିଆର ଉଚ୍ଚାଧିକାରୀଙ୍କ ସହ କୌଶଳ ଯୋଜନା ବିଷୟରେ ପ୍ରଶସ୍ତ ଆଲୋଚନା କଲେ : ଧର୍ମେନ୍ଦ୍ର ପ୍ରଧାନ

ଆଓରି-ନୂଆଦିଲ୍ଲୀ (୫/୭) କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାପାନର ଭାରତୀୟ ରାଜଦୂତ ପ୍ରସସ୍ଥ ଭାବରେ ଜାପାନରେ ସଫଳ ଭାବେ ଚାଲିଥିବା TITP କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ |

ଏହି କାର୍ଯ୍ୟକ୍ରମର ଅନ୍ତର୍ଗତ ୨୨ଟି ସଙ୍ଗଠନକୁ ନାମାଙ୍କନ କରାଯାଇଛି ଏବଂ ଏହାର ପ୍ରଥମ ଦଳକୁ ଆଗାମୀ ୩ ରୁ ୫ ବର୍ଷ ପାଇଁ ଦରମାଯୁକ୍ତ ଇଣ୍ଟେର୍ନସିପ ପ୍ରଶିକ୍ଷଣ ପାଇଁ ପଠାଯାଇଛି |ଏହି କ୍ଷେତ୍ରରେ ଭାରତ ସରକାରଙ୍କ ପ୍ରସ୍ତୁତି ପ୍ରଦର୍ଶନ କରାଇବା ପାଇଁ TITP ସ୍କିଲ ଇଣ୍ଡିଆ ଆସନ୍ତା ସେପ୍ଟେମ୍ବର ମାସରେ ଜାପାନର ନାଗୋୟା ସହରରେ ଏକ ୱାର୍କସପ ଆରମ୍ଭ କରିବାକୁ ଯାଉଛି |

ଶ୍ରୀ ପ୍ରଧାନ ମଧ୍ୟ ଅଷ୍ଟ୍ରେଲିଆର ଉଚ୍ଚ ଆୟୁକ୍ତ ହରୀନ୍ଦର ସିଧୁ ଓ ତାଙ୍କ ଟିମ ସହ ଭାରତର କୌଶଳର ମାନ ଉନ୍ନତି ପାଇଁ ଏବଂ ଆମ ଦେଶର ଛାତ୍ରମାନେ ଯେପରି ଉଚ୍ଚତ୍ତର ଶିକ୍ଷା ତଥା ରୋଜଗାରକ୍ଷମ ହୋଇପାରିବେ ସେ ବିଷୟରେ  ଆଲୋଚନା କରିଥିଲେ |

 

Related Articles

Leave a Reply

Your email address will not be published. Required fields are marked *

Back to top button