ଜାତୀୟରାଜ୍ୟ

ବ୍ଲାକରୋଜର ସିବିଆଇ ତଦନ୍ତ ଦାବିକଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ପାରାଦ୍ଵୀପ(୩/୭): ମଙ୍ଗୋଲିଆର ବ୍ଲାକରୋଜ ନାମକ ଜାହାଜ ତା୯/୯/୨୦୦୯ରିଖ  ପାରାଦ୍ଵୀପ ବନ୍ଦରେ ପହଞ୍ଚିବାର କିଛି ଦୂର ମଧ୍ୟରେ ହଠାତ ଗଭୀର ସମୁଦ୍ର ଭିତରେ  ବୁଡିଯାଇଥିଲା | ଜାହାଜରୁ ସମସ୍ତ କର୍ମୀଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଜାହାଜର ମୁଖ୍ୟଯନ୍ତ୍ରୀ ମୃତ୍ୟୁବରଣ କରିଥିଲେ | ସବୁପ୍ରକାର ଚେଷ୍ଟା କରାଯାଇଥିଲେ ମଧ୍ୟ ଜାହାଜଟିକୁ ବାହାରକୁ ବାହାର କରାଯାଇ ପାରିନଥିଲା | ଜାହାଜ ମଧ୍ୟରେ କୋଟି କୋଟି ଟଙ୍କାର ଲୁହାପଥର ଭର୍ତ୍ତୀ ହୋଇରହିଥିଲା |

ଏକ ବିଶେଷ ସୂତ୍ରରୁ ଜଣାପଡିଥିଲା ଯେ ଜାହାଜଟି ଜାଲି କାଗଜପତ୍ର ଦ୍ଵାରା ସମୁଦ୍ରରେ ଯାତାୟାତ କରୁଥିଲା, ଆଜି ପର୍ଯ୍ୟନ୍ତ ଜାହାଜଟିର ମାଲିକାନା ସାବ୍ୟସ୍ଥ କରିବା ପାଇଁ dharmendra-pradhan-AajiraOdishaକେହିମଧ୍ୟ କୌଣସି ପଦକ୍ଷପ ନେଇନାହାନ୍ତି | ଅନେକ ପ୍ରଶ୍ନର ଉତ୍ତର ମିଳିନାହିଁ  , ଜାହାଜାଟି କାହାର? କାହା ପରାମର୍ଶରେ ଲୁହାପଥର କାରବାର ହେଉଥିଲା? ଏହିପରି ଅନେକ କିଛି ପ୍ରଶ୍ନ |

ଏହି ରହସ୍ୟ ଉପରୁ ପରଦା ଉଠାଇବା ସହ ଅପରାଧୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପାରାଦ୍ଵୀପ ପୋର୍ଟ ଟ୍ରଷ୍ଟ ର ଟ୍ରଷ୍ଟି ଶ୍ରୀ ପ୍ରତାପ କୁମାର ମିଶ୍ର  ଦାବି କରିଛନ୍ତି |

ବ୍ଲାକରୋଜ ଜାହାଜ ସମୁଦ୍ର ମଧ୍ୟରେ ବୁଡିଯିବା ଫଳରେ ସାମୁଦ୍ରିକ ପରିବେଶ ନଷ୍ଟ ହେବା ସହିତ ପରିବେଶର କ୍ଷତି ଏବଂ ଜାହାଜ ଚଳାଚଳରେ ବାଧାପ୍ରାପ୍ତ ହେଉଛି ବୋଲି ସ୍ଥାନୀୟ ନାଗରିକଙ୍କ ସହ ପର୍ଯ୍ୟଟକମାନେ ଏବଂ ମତ୍ସ୍ୟଜୀବୀ ମାନେ ମଧ୍ୟ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button