April 25, 2024

ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଶିକ୍ଷକଙ୍କ ଦାବିକୁ ସମର୍ଥନ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Aajira-Odisha

ଆଓରି-ଭୁବନେଶ୍ଵର(୭/୯) : ସରକାରଙ୍କ ନାଲି ଆଖି ସତ୍ତ୍ୱେ ଜାରି ରହିଛି ଶିକ୍ଷକଙ୍କ ଆନ୍ଦୋଳନ । ଆନ୍ଦୋଳନରତ ଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି  କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଶୁକ୍ରବାର ରାଜଧାନୀର ଧାରଣାସ୍ଥଳରେ ପହଞ୍ଚି ରାଜ୍ୟ ସରକାରଙ୍କୁ ସମାଲୋଚନା ଶିକ୍ଷକଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, ‘ରାଜ୍ୟ ସରକାରଙ୍କ ରାଜସ୍ୱ ୭ ହଜାର କୋଟିରେ ପହଞ୍ଚିଛି । ହେଲେ କାହିଁକି ରାଜ୍ୟ ସରକାର ଶିକ୍ଷକଙ୍କ ଦାବି ମାନୁ ନାହାନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ ।’

ଦାରିଦ୍ର‌ତାରୁ ବାହାରିବା ପାଇଁ ହେଲେ ଶିକ୍ଷା ନିତ୍ୟାନ୍ତ ଆବଶ୍ୟକ । ତେଣୁ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବା ଉଚିତ୍ । ବିନା କୌଣସି ସାମ୍ବିଧାନିକ ଆଇନରେ ‘ଆମ ଗାଁ ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ୧୨ ଶହ କୋଟି ଖର୍ଚ୍ଚ ହେଉଛି ଏବଂ ବିଜୁ ଯୁବ ବାହିନୀ ଜରିଆରେ ୪୦୦ କୋଟି ବ୍ୟୟ କରୁଛନ୍ତି ରାଜ୍ୟ ସରକାର । ହେଲେ ଶିକ୍ଷକମାନଙ୍କ  ଦାବି ପୂରଣ ପାଇଁ ପଛଘୁଞ୍ଚା କାହିଁକି ଦେଉଛନ୍ତି ରାଜ୍ୟ ସରକାର । ଶିକ୍ଷକମାନେ କୌଣସି ଦଳ ଦେଖି ପାଠ ପଢ଼ାନ୍ତି ନାହିଁ ତାଙ୍କ ପାଇଁ ସମସ୍ତ ଛାତ୍ରଛାତ୍ରୀ ସମାନ ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତୁରନ୍ତ ଶିକ୍ଷକମାନଙ୍କ ଦାବିକୁ ପୂରଣ କରାଯାଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।Dharmendra-Pradhan

ଦୀର୍ଘ ୨୩ ଦିନ ହେବ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକମାନେ ଧାରଣାରେ ବସିଥିବା ବେଳେ କାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ବ୍ଲକଗ୍ରାଣ୍ଡ ଉଚ୍ଛେଦ ନୁହେଁ, ଚାକିରି ସର୍ତାବଳିରେ ସଂଶୋଧନ ଦାବି କରି ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହେଉଛି । ଯୋଗ୍ୟ ବିବେଚିତ ହେବା ଦିନଠାରୁ ସମସ୍ତ ସ୍କୁଲ ଓ କଲେକୁ ଅନୁଦାନ ପରିସରଭୁକ୍ତ କରାଯାଇ ଚାକିରି ସର୍ତାବଳୀ ଓ ଅବସରକାଳୀନ ସୁବିଧା ଦେବା ରହିଛି ସେମାନଙ୍କର ପ୍ରମୁଖ ଦାବି । ୪୦,୬୦, ୭୫ ଓ ଶତ ପ୍ରତିଶତ ଅନୁଦାନ ପାଉଥିବା ସ୍କୁଲ କଲେଜ କର୍ମଚାରୀଙ୍କ ବାର୍ଷିକ ଦରମା ବୃଦ୍ଧି କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.