May 19, 2024

ଭାରତୀୟ ଜୁନିୟର ହକି ଦଳର ଅଧିନାୟକ ଦୀପଶାନ ତିର୍କୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Dipsan-Tirkey-aajira-odisha

ଆଓରି-ନୂଆଦିଲ୍ଲୀ (୨/୭) ଭାରତୀୟ ଜୁନିୟର ହକି ଦଳର ନୂତନ ଅଧିନାୟକ ଭାବେ ଦୀପଶାନ ତିର୍କୀଙ୍କୁ ଚୟନ କରାଯାଇଛି | ଏହି ଉପଲକ୍ଷେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବର୍ଦ୍ଧନା ଜଣାଇଛନ୍ତି|ଦୀପଶାନ ତିର୍କୀ ବେଲଜିୟମରେ ହେବାକୁ ଥିବା ଅଣ୍ଡର୨୩ ସିକ୍ସ Dharemendra_pradhan-Tweetsନ୍ୟାସନାଲ ଟୁର୍ଣାମେଣ୍ଟର ନେତୃତ୍ଵ ନେବେ | ଏହି ୧୮ ଜଣିଆ ଭାରତୀୟ ଦଳରେ ଅନ୍ୟ ଦୁଇଜଣ ଓଡିଆ ସାମିଲ ହୋଇଛନ୍ତି ସେମାନେ ହେଲେ  ନିଲମ ସଂଜୀବ ଖେସ୍‌ ଓ ଶୀଲାନନ୍ଦ ଲାକ୍ରା |

ଦୀପଶାନ ତିର୍କୀ ସୁନ୍ଦରଗଡ ଜିଲ୍ଲାର ସାଉନାମରା  ଗ୍ରାମରେ ୧୫ ଅକ୍ଟୋବର ୧୯୯୮ମସିହାରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କର ପିତା ଜଣେ କୃଷକ ଏବଂ ମାତା ଜଣେ ଗୃହିଣୀ| ପିଲାଦିନେ ତାଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ ସେ ହକିଷ୍ଟିକ ମାଗିକରି ଖେଳୁଥିଲେ| ତାଙ୍କର ବଡଭାଇ ପ୍ରଶାନ୍ତଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେ ୨୦୦୯ ରାଉରକେଲାସ୍ଥିତ ରାଜ୍ୟସ୍ତରୀୟ ଖେଳ ଛାତ୍ରାବାସରେ ଯୋଗଦେଇଥିଲେ |

ପ୍ରଥମ ଥର ପାଇଁ ସେ ୨୦୧୪ରେ ଭାରତୀୟ ଜୁନିୟର ଟିମ ତରଫରୁ ସୁଲତାନ ଯୋହୋର କପ ଖେଳିଥିଲେ | ସେ ମଧ୍ୟ ଭାରତୀୟ ଜୁନିୟର ଟିମ ତରଫରୁ ରୁଷିଆରେ ଅନୁଷ୍ଠିତ ହୋଇଥିବା ଉରୋଏସିଆ ଏବଂ ଜୁଲାଇ ୨୦୧୬ରେ ଖେଳିବାପାଇଁ ଇଂଲଣ୍ଡ ମଧ୍ୟ ଯାଇଥିଲେ | ୨୦୧୬ରେ ଲକ୍ଷ୍ନୌ ରେ ଅନୁଷ୍ଠିତ ହୋଇଥିବା ପୁରୁଷ ଜୁନିୟର ହକି ୱାର୍ଲ୍ଡକପରେ କମ ବୟସ୍କ ଉପଅଧିନାୟକ ଭାବେ ଯୋଗଦେଇ ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜିତ ହୋଇ ଦଳକୁ ବିଜୟ କରାଇଥିଲେ|

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.