May 18, 2024

ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ନେତୃତ୍ୱକୁ ସ୍ୱୀକାର କଲେ ଦଳକୁ ସ୍ୱାଗତ: ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Aajira-Odisha

ଆଓରି-ଭୁବନେଶ୍ଵର(୧୦/୦୩) : ‘ପଦ୍ମ’ ଧରିବାକୁ ବହୁ ନେତା ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଦମୋଦର ରାଉତ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଚାଲିଛି । ତେବେ ଏହା ଉପରେ ମନ୍ତବ୍ୟ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ୱକୁ  ଯେଉଁମାନେ ସ୍ୱାକୀର କରିବେ, ସେମାନଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯିବ ।

ଏହାସହ ଯେଉଁମାନେ ଦେଶର ପରିବର୍ତ୍ତନ ସହ ଦେଶକୁ ଶକ୍ତିଶାଳୀ କରିବା ପାଇଁ ଓ ଦେଶରେ ବିକାଶକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଦଳରେ ସ୍ୱାଗତ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, ନୂଆ ଓଡିଶା ପରିକଳ୍ପନା ନେଇ ବିଜେପି କାମ କରୁଛି । ବିଜେପିର  ନୀତି , ଆଦର୍ଶ ସହ ଓଡିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ, ଯେଉଁମାନେ ଚାହିଁବେ ସେମାନଙ୍କୁ ଦଳ ସ୍ୱାଗତ କରିବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.