କଳା ଓ ସଂସ୍କୃତି

ଆଦିବାସୀଙ୍କ ବିକାଶ ବିନା ସାମଗ୍ରିକ ବିକାଶ ଅସମ୍ଭବ : ହରମାନ କୁଲକେ

କଟକ: ଓଡ଼ିଶାର ସଂସ୍କୃତି ସହିତ ଆଦିବାସୀଙ୍କ ସଂଯୋଗ ରହିଛି। ସେମାନଙ୍କ ସାମୂହିକ ବିକାଶରେ ରାଜ୍ୟର ବିକାଶ ସମ୍ଭବ ବୋଲି ରେଭେନ୍ସା ଇତିହାସ ବିଭାଗ ପକ୍ଷରୁ ‘ଓଡ଼ିଶା-୨୦୩୬’ରେ ଆଦିବାସୀଙ୍କ ବିକାଶ ପାଇଁ ପ୍ରଶ୍ନ ଓ ଯୋଜନା ପ୍ରସ୍ତୁତି ଶୀର୍ଷକ ଆନ୍ତର୍ଜାତିକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି। କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଫେସର ହରମାନ କୁଲକେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ସହିତ ଆଦିବାସୀ ସଂସ୍କୃତିର ସମ୍ମିଳନ ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର ବିକାଶକୁ ଶତପ୍ରତିଶତ ନିଶ୍ଚିତ କରିବାକୁ ହେଲେ ଆମକୁ ଏହାର ଇତିହାସକୁ ଜାଣିବାକୁ ପଡିବ। ଇତିହାସ ବିନା ଭବିଷ୍ୟତର ଯୋଜନା କରିବାରେ କୌଣସି ଅର୍ଥ ନଥାଏ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ‘ଆମ ଓଡ଼ିଶା’ ଅଧ୍ୟକ୍ଷ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ଓଡ଼ିଶାର ମୋଟ ଜନସଂଖ୍ୟାର ୨୪ ପ୍ରତିଶତ ଆଦିବାସୀଙ୍କ ସମୂହ ବିକାଶ ବିନା ଓଡ଼ିଶାର ବିକାଶ ହୋଇପାରିବ ନାହିଁ ବୋଲି କହିଥିଲେ।
ରାଜ୍ୟର ବିକାଶ ନାମରେ ଆଦିବାସୀଙ୍କ ସଂସ୍କୃତି, ବାସସ୍ଥାନ, ଜୀବନଚର୍ଯ୍ୟାକୁ ନଷ୍ଟ କରାଯାଉଛି। ଧାନକୁ ଆବିଷ୍କାର କରିଥିବା ଆଦିବାସୀକୁ ଚାଷ ବଦଳରେ କାରଖାନରେ କାମ କରିବାକୁ ବାଧ୍ୟ କରାଯାଉଛି। ଯାହାକୁ ସାଧାରଣ ଆଦିବାସୀଟିଏ ସହଜରେ ଗ୍ରହଣ କରିପାରୁ ନାହିଁ। ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ଚଣ୍ଡିପ୍ରସାଦ ନନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button