ଜାତୀୟ

ଆଗମୀ ୧0 ବର୍ଷ ମଧ୍ୟରେ ବଦଳିବ ଭାରତର ଅର୍ଥନୀତି

ଆ.ଓ.ରି(ତା୨|୬)- ୧୦ ବର୍ଷ ସୁଦ୍ଧା ଭାରତ ବୃହତ୍‌ ଅର୍ଥନୀତିରେ ରୂପାନ୍ତରିତ ହେବାର କ୍ଷମତା ରଖିଥିବା ଅର୍ଥନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଭାରତରେ ବଢି ଚାଲିଥିବା ଡିଜିଟାଇଜେଶନ, ଜଗତୀକରଣ ଏବଂ ଅର୍ଥନୈତିକ ସଂସ୍କାର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଥିବା ଗ୍ଲୋବାଲ ଫାଇନାନ୍ସ ସର୍ଭିସ ପ୍ରଦାନକାରୀ ମୋର୍ଗାନ ଷ୍ଟାନ୍‌ଲେ ପ୍ରକାଶ କରିଛି। ମୋର୍ଗାନ ଷ୍ଟାନ୍‌ଲେ ପ୍ରଦାନ କରିଥିବା ରିପୋର୍ଟ ମୁତାବକ ୨୦୦୦ ମସିହା ପରଠାରୁ ଭାରତର ଅର୍ଥନୀତି ୬.୯% ହାରରେ ଅଭିବୃଦ୍ଧି ହାସଲ କରୁଛି। ଏହା ୧୯୯୦ ବେଳକୁ ୫.୮% ରହିଥିଲା। ଆଗାମୀ ୧୦ ବର୍ଷରେ ଅର୍ଥନୀତିରେ ଏହିଭଳି ଭାବରେ ଉନ୍ନତ ଅଭିବୃଦ୍ଧି ଧାରା ବଜାୟ ରହିବ ବୋଲି ଏହା ପ୍ରକାଶ କରିଛି। ଡିଜିଟାଇଜେଶନ ଫଳରେ ଜିଡିପି ୫୦-୭୦ ବେସିସ ପଏଣ୍ଟ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ଏହାଫଳରେ ୨୦୨୬-୨୭ ବେଳକୁ ଭାରତର ଜିଡିପି ୬ ଟ୍ରିଲିୟନ ଡଲାରକୁ ବୃଦ୍ଧି ଘଟିବ ଏବଂ ଭାରତ ଉଚ୍ଚ ମଧ୍ୟମ ଆୟ ବର୍ଗରେ ଥିବା ଦେଶମାନଙ୍କ ମଧ୍ୟରେ ସ୍ଥାନିତ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button