March 27, 2023

ଡେଙ୍ଗୁ ଜ୍ୱର ହେଲେ ଏସବୁ ଲକ୍ଷଣ ଦେଖାଦିଏ

1 min read

ଆଓରି-ଭୁବନେଶ୍ଵର(୦୩/୧୦):ଏବେ ଅନେକ ଲୋକ ଜ୍ୱରାକ୍ରାନ୍ତ ହେଉଛନ୍ତି। ସେମାନେ ଏହାକୁ ସାଧାରଣ ଜ୍ୱର ମନେକରି ବିଶେଷ ଧ୍ୟାନ ଦେଉ ନଥାନ୍ତି ସେଥିପ୍ରତି। କିନ୍ତୁ ଏହାକୁ ମାମୁଲି ମନେ କରି ଅବହେଳା କରିବା ବି ଘାତକ ସାବ୍ୟସ୍ତ ହୋଇପାରେ।
ଏବେ ଡେଙ୍ଗୁ ଓ ମାଲେରିଆର ଆଶଙ୍କା ଅଧିକ ଥାଏ। ଏହି ସମୟରେ ନିଜର ଛୋଟ ଅସାବଧାନତା ଡେଙ୍ଗୁ ଓ ମାଲେରିଆରେ ପୀଡ଼ିତ ହେବାର ଆଶଙ୍କାକୁ ଏଡ଼ାଇ ନ ପାରେ। ବିଶେଷଜ୍ଞମାନଙ୍କ ଅନୁଯାୟୀ,ଏଥିରୁ ରକ୍ଷା ପାଇବା ଲାଗି ମଶାମାନଙ୍କୁ ଦୂରେଇ ରଖିବାକୁ ପଡ଼ିବ।
ଡେଙ୍ଗୁ ଜ୍ୱର ଏଡିଜ ମଶା କାମୁଡ଼ିଲେ ହୋଇଥାଏ। ଜୁଲାଇରୁ ଅକ୍ଟୋବର ମାସ ଶେଷ ଯାଏଁ  ଏହି ମଶା ବିପୁଳ ମାତ୍ରାରେ ବଢ଼ିଥାନ୍ତି। ଏଡିଜ ମଶା କାମୁଡିଲେ ରକ୍ତରେ ଡେଙ୍ଗୁର ଭୂତାଣୁ ପଶିଯାଏ।

ଡେଙ୍ଗୁ ଜ୍ୱର ହେବା ମାତ୍ରେ ମୁଣ୍ଡବିନ୍ଧା ଓ ମାଂସପେଶୀ ଓ ଗଣ୍ଠିରେ ଦରଜ ହୋଇଥାଏ। ଏହାଫଳରେ ଶରୀର ଦୁର୍ବଳ ହୋଇଥାଏ , ଭୋକ ଲାଗି ନଥାଏ। ଶରୀରର ବିଭିନ୍ନ ଅଙ୍ଗ ଖାସ୍‌ କରି ମୁହଁ ,ବେକ ଓ ଛାତିରେ ଲାଲ୍‌ -ଗୋଲାପି ରଙ୍ଗର ଦାଗ ଦେଖିବାକୁ ମିଳିଥାଏ।
କୁହାଯାଏ ଯେ ଡେଙ୍ଗୁ ଜ୍ୱରର ପ୍ରଶମନ ଲାଗି କୌଣସି ଆଣ୍ଟିବାୟୋଟିକ୍‌ସ ନାହିଁ। ଏଣୁ ମଶା ନ ହେବା ଓ ମଶା ନ କାମୁଡିବା ଉପରେ ଯଥେଷ୍ଟ ସତର୍କ ରୁହନ୍ତୁ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.