ପ୍ରବାସୀ ଓଡିଆ

ଦିଲ୍ଲୀ ସାରସ୍ଵତ ସଂଘର ୩୪ ତମ ବାର୍ଷିକ ଉତ୍ସବ ପାଳିତ

ଆଓରି-ନୂଆଦିଲ୍ଲୀ(୯/୭) : ନୀଳାଚଳ ସାରସ୍ଵତ ସଂଘ, ପୁରୀ ଅନ୍ତର୍ଗତ ଦିଲ୍ଲୀ ସାରସ୍ଵତ ସଂଘର ୩୪ତମ ବାର୍ଷିକ ଉତ୍ସବ ବହୁ ଧୂମଧାମର ସହିତ ଗତ ୬-୭-୮ ତିନିଦିନ ଧରି ପାଳିତ ହୋଇଯାଇଛି | କେନ୍ଦ୍ର ପ୍ରତିନିଧି ଭାବେ ଶ୍ରୀ ସନ୍ତୋଷ କୁମାର ମହାନ୍ତି ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ଵତୀ ପରମହଂସ ଦେବଙ୍କ ଭାବଧାରା ବିଷୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ |

କେନ୍ଦ୍ର ଅନୁମତିପ୍ରାପ୍ତ କାର୍ଯ୍ୟସୂଚୀ ଅନୁସାରେ ଗତ ୬ ତାରିଖ ଅଧିବାସ ଦିନ ମଧ୍ୟାହ୍ନ ସୁଦ୍ଧା କେନ୍ଦ୍ର ପ୍ରତିନିଧି ତଥା ସମସ୍ତ ଅତିଥି ଭାଇ ଏବଂ ମା ମାନେ ପହଞ୍ଚିଥିଲେ | ୭ ତାରିଖ ଦିନ ବ୍ରାହ୍ମ ମୂହୁର୍ତ୍ତରୁ ପ୍ରତୀକ୍ଷା ଓ ଜାଗରଣ ସହିତ ଶ୍ରୀ ଶ୍ରୀ ଠାକୁରଙ୍କ ଷୋଡଶ ଉପଚାର ପୂଜା, ମଙ୍ଗଳ ଆରତୀ, ସ୍ତ୍ଵତ୍ର ବନ୍ଦନା, ବୈଦିକ ପ୍ରାଥର୍ନା, ସମ୍ମିଳନୀ ପ୍ରାର୍ଥନା ଇତ୍ୟାଦି ସହିତ ବାଲ୍ୟପୂଜା ଶେଷ ହୋଇଥିଲା | ଅନ୍ତରଙ୍ଗ ଏବଂ ମହିଳା ସଭାରେ କେନ୍ଦ୍ର ପ୍ରତିନିଧି ସନ୍ତୋଷ ମହାନ୍ତି ଶ୍ରୀ ଶ୍ରୀ ଠାକୁରଙ୍କ ଗ୍ରନ୍ଥରୁ ଆଲୋଚନା କରି କହିଥିଲେ ଯେ “ଶ୍ରୀSantosh_mohanty ଶ୍ରୀ ଠାକୁରଙ୍କୁ ପାଥେୟ କରି ଆଦର୍ଶ ଗୃହସ୍ଥ ଜୀବନ ଜାପନ ପାଳନ କରି ସନାତନ ଧର୍ମର ପ୍ରଚାର ପ୍ରସାରରେ ସହାୟକ ହେବା ସହ ଜଗତ ହିତକର କାର୍ଯ୍ୟରେ ସାଧ୍ୟ ଅନୁସାରେ ଭାଗୀଦାରୀ ହେବା ଆମ୍ଭ ମାନଙ୍କର ମୌଳିକ କାର୍ଯ୍ୟ |” ସନ୍ଧ୍ୟାରେ ଶ୍ରୀ ଶ୍ରୀ ଠାକୁରଙ୍କୁ ଆରତୀ ଓ ଅଷ୍ଟସଖୀ ଆରତୀ ଅର୍ପଣ କରଯାଇଥିଲା | ଆନନ୍ଦସଭା ନାମକ ଏକ କାର୍ଯ୍ୟକ୍ରମ ରାତି ୧୦ଘଟିକା ଯାଏଁ ପରିବେଷଣ ହୋଇଥିଲା |ଶ୍ରୀ ଶ୍ରୀ ଠାକୁର ତଥା ଉପସ୍ଥିତ ଥିବା ସମସ୍ତ ଦର୍ଶକ ଏବଂ ଭକ୍ତ ମାନେ ଏହି କାର୍ଯ୍ୟକ୍ରମର ଆନନ୍ଦ ଉପଭୋଗ କରିଥିଲେ | ଆଜିକାଲିର ବ୍ୟସ୍ତବହୁଳ ଜୀବନରୁ ସମସ୍ତେ  ଲାଭ ଆଶ୍ଵସ୍ତି ଲାଭ କରିଥିଲେ |

ତୃତୀୟ ଦିନ ପ୍ରାତ ୬ଘଟିକାରୁ ଶ୍ରୀ ଶ୍ରୀ ଠାକୁରଙ୍କୁ ମଙ୍ଗଳ ଆରତି ଅର୍ପଣ କରାଯାଇ ବନ୍ଦନା, ବୈଦିକ ପ୍ରାଥର୍ନା ଓ ଗ୍ରନ୍ଥ ଆଦି ପାଠ କରାଯାଇ ବାଲ୍ୟପୂଜା ଶେଷ ହୋଇଥିଲା | ଏହି ଉତ୍ସବର ଅନ୍ତିମ କାର୍ଯ୍ୟକ୍ରମ, ସାଧାରଣ ସଭାରେ କେନ୍ଦ୍ର ପ୍ରତିନିଧି ସନ୍ତୋଷ ମହାନ୍ତି ‘ଭାଇ’ Sangram Dharଆଲୋଚନା କ୍ରମେ ଶ୍ରୀ ଶ୍ରୀ ଠାକୁରଙ୍କ ଉପଦେଶ ପାଠ କରାଇ ସଂଘର ସମସ୍ତ ସଭ୍ୟ ଏବଂ ଦର୍ଶକମାନେ କିପରି ଭଗବତ ଅଭିମୁଖି ହୋଇପାରିବେ ସେହି ବିଷୟରେ ଉପଦେଶ ପ୍ରଦାନ କରିଥିଲେ |ଏହି ଉତ୍ସବରେ ଓଡିଶା, ହାଇଦ୍ରାବାଦ, ବାଙ୍ଗାଲୋର, ପଞ୍ଜାବ, କଲିକତାରୁ ଭକ୍ତମାନେ ଯୋଗଦେଇ ଭାବ-ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ଭାବବ୍ୟକ୍ତ କରିଥିଲେ |

ଦିଲ୍ଲୀ ସାରସ୍ଵତ ସଂଘର ସମ୍ପାଦକ ଶ୍ରୀ ସଂଗ୍ରାମ ଧର ସଂଘର ବାର୍ଷିକ ବିବରଣୀ ୨୦୧୮ ପାଠ କରି ସଂଘର ଆନୁଷ୍ଠାନିକ କାର୍ଯ୍ୟବଳି ବିଷୟରେ ସୂଚନା ଦେବା ସହିତ ନୂତନ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ | ସଂଘର ସଭାପତି ଶ୍ରୀ ଦୁର୍ଯୋଧନ ପ୍ରଧାନ ସଂଘ ତରଫରୁ ହୋଇଥିବା ଜ୍ଞାତ ଅଜ୍ଞାତ ତ୍ରୁଟି ବିଚ୍ୟୁତି ପାଇଁ କ୍ଷମା ପ୍ରାର୍ଥନା କରିଥିଲେ| ଏହି ଉତ୍ସବରେ ପ୍ରାୟ ୮୦୦ରୁ ଊର୍ଦ୍ଧ୍ଵ ଦର୍ଶକ ଏବଂ ଭକ୍ତ ଉପସ୍ଥିତ ଥିଲେ | ଅଞ୍ଚଳର ସମାଜ ସେବକ ରୋହିତ ଭାରଦ୍ଵାଜଙ୍କ ସହିତ ୨୦୦ରୁ ଅଧିକ ଅଣଓଡିଆ ଦର୍ଶକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ବହୁ ସଂଖ୍ୟାରେ ଯୋଗ ଦେଇ ଉତ୍ସବକୁ ସାଫଲ୍ୟ କରିବା ସହ ସଂଘ ସେବୀଙ୍କୁ ସେବା କରିବାକୁ ସୁଯୋଗ ଦେଇଥିବାରୁ  ଦିଲ୍ଲୀ ସଂଘ ତରଫରୁ ସମ୍ପାଦକ ସଂଗ୍ରାମ ଧର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ |

Related Articles

Leave a Reply

Your email address will not be published. Required fields are marked *

Back to top button