May 20, 2024

ଦିଲ୍ଲୀରେ ସଦଗୁରୁ ଶ୍ରୀ ଶ୍ରୀ ନୀଗମାନନ୍ଦ ପରମହଂସଙ୍କ ୧୩୮ତମ ଜନ୍ମୋତ୍ସବ ପାଳିତ

1 min read
ଆଓରି-ନୂଆଦିଲ୍ଲୀ(୯/୭) : ନୀଳାଚଳ ସାରସ୍ଵତ ସଂଘ, ପୁରୀ ଅନ୍ତର୍ଗତ ଦିଲ୍ଲୀ ସାରସ୍ଵତ ସଂଘରେ  ସଦଗୁରୁ ଶ୍ରୀ ଶ୍ରୀ ନିଗମାନନ୍ଦ ସରସ୍ଵତୀ ପରମହଂସ ଦେବଙ୍କ ୧୩୮ତମ ଶୁଭ ଜନ୍ମୋତ୍ସବ ବହୁ ଧୂମଧାମର ଗତ ୨୬ତାରିଖରେ ପାଳିତ ହୋଇଯାଇଛି | ଉତ୍ସବ ଦିନ ବ୍ରାହ୍ମ ମୂହୁର୍ତ୍ତରୁ ପ୍ରତୀକ୍ଷା ଓ ଜାଗରଣ ସହିତ ଶ୍ରୀ ଶ୍ରୀ ଠାକୁରଙ୍କର ଷୋଡଶ ଉପଚାର ପୂଜା, ମଙ୍ଗଳ ଆରତୀ, ସ୍ତ୍ଵତ୍ର ବନ୍ଦନା, ଇତ୍ୟାଦି ସହିତ ବାଲ୍ୟପୂଜା ଶେଷ ହୋଇଥିଲା | ଦ୍ଵିତୀୟ ଅଧିବେଶନରେ ଠାକୁରଙ୍କ ଜୀବନୀ, ବାଣୀ ଓ ତାଙ୍କ ଲୀଳା କାହାଣୀ ପୁଙ୍ଖାନୁପୁଙ୍ଖ ଭାବେ ସଂଘ ସମ୍ପାଦକ ଶ୍ରୀ ସଂଗ୍ରାମ ଧର ଆଲୋଚନା କରିଥିଲେ|
ଶ୍ରୀ ଶ୍ରୀ ଠାକୁର ଆଜିର ଏହି ଶୁଭଦିନରେ ୧୯୩୪ ମସିହାରେ ଉତ୍କଳୀୟ ଭକ୍ତମାନଙ୍କୁ ନେଇ ନୀଳାଚଳ ସାରସ୍ଵତ ସଂଘ ପୁରୀ ଠାରେ ଗଠନ କରିଥିଲେ | ଆଦର୍ଶ ଗୃହସ୍ଥ ଜୀବନ ଯାପନ ପାଳନ କରି ସନାତନ ଧର୍ମର ପ୍ରଚାର ପ୍ରସାରରେ ସହାୟକ ହେବା ସହ ଏହି ଜଗତକୁ ବ୍ରହ୍ମଣ୍ୟ ଭାବେ ସେବା କରିବା ପାଇଁ ଏହି ଦିନ ଠାକୁର ଭକ୍ତମାନଙ୍କୁ ଆଦେଶ ଓ ଉପଦେଶ ଦେଇଥିଲେ|
ଦିଲ୍ଲୀ ସାରସ୍ଵତ ସଂଘ ନିମନ୍ତ୍ରଣ ରକ୍ଷା କରି ଛତରପୁର ନିଗମ ପାର୍ଶ୍ଵଦ ଶ୍ରୀ ସଞ୍ଜୟ ଠାକୁର ଅତିଥି ଭାବେ ଯୋଗ ଦେଇଥିଲେ| ଶ୍ରୀ ଶ୍ରୀ ଠାକୁରଙ୍କ ପାଦତଳେ ବସି ମୁଁ ନିଜକୁ ଭାରି ଧନ୍ଯ ଓ ସୌଭାଗ୍ୟଶାଳୀ ମନେକରୁଛି ବୋଲି, ନିଜ ଅଭିଭାଷଣ କହିଥିଲେ | ନୂଆ ପିଢୀଙ୍କୁ ଭଗବତ ଅଭିମୁଖୀ କରିବା ନିମନ୍ତେ କୁନି ପିଲାମାନଙ୍କ ମଧ୍ୟରେ ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନୀ ଆଧାରିତ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଇତ୍ୟାଦି ପ୍ରତିଯୋଗୀତା କରଯାଇଥିଲା | କୃତିମାନଙ୍କୁ ସଂଘ ସଭାପତି ଶ୍ରୀ ଦୁର୍ଯୋଧାନ ପ୍ରଧାନ, କଟକ ସଂଘର ଶ୍ରୀ ରମାକାନ୍ତ ଜେନା ଓ ଅତିଥି ଶ୍ରୀ ସଞ୍ଜୟ ଠାକୁର ପୁରସ୍କୃତ କରିଥିଲେ | ସଂଘ ତରଫରୁ ମେନ ରୋଡ ଠାରେ ଏକ ବିଶାଳ ଭଣ୍ଡାରାର ମଧ୍ୟ ଆୟୋଜନ କରାଯାଇଥିଲା | ପ୍ରାୟ ୮୦୦ରୁ ଉର୍ଦ୍ଧ୍ଵ ଭକ୍ତ ଓ ଦର୍ଶକମାନେ ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ଆଶୀର୍ବାଦ ପାଇ ଧନ୍ଯ ହୋଇଥିଲେ|

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.